ଆଫ୍ରିକାର ସର୍ବୋଚ୍ଚ ପର୍ବତରେ ତିରଙ୍ଗା ଉଡ଼ାଇଲେ କିଟ୍ ଛାତ୍ରୀ ୟାସିନ୍‌ ଜୈନ, ଶୁଭେଚ୍ଛା ଜଣାଇଲେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ

କିଟ୍ ବିଶ୍ୱବିଦ୍ୟାଳୟର ଛାତ୍ରୀ ୟାସିନ୍ ଜୈନ ଆଫିକ୍ରାର ସର୍ବୋଚ୍ଚ ପର୍ବତ ଏବଂ ପୃଥିବୀର ସମୁଦ୍ର ପତନଠାରୁ ସର୍ବୋଚ୍ଚ ମୁକ୍ତ ପର୍ବତ ମାଉଣ୍ଟ କିଲିମାନଜାରୋରେ ତିରଙ୍ଗା ସହ କିଟ୍ ବିଶ୍ୱବିଦ୍ୟାଳୟର ପତାକା ମଧ୍ୟ ଉଡ଼ାଇଛନ୍ତି । ଆଜି ଭାରତୀୟ ସମୟ ସକାଳ ୭ଟାରେ ସେ ତିରଙ୍ଗା ଓ କିଟ୍ ଧ୍ଵଜା ଉଡ଼ାଇଥିଲେ । ୟାସିନ୍ ୨୦୧୯ରେ କିଟ୍‌ରୁ ଶିକ୍ଷା ସମାପ୍ତ କରିଥିଲେ ।

ଏଥି ସହିତ ସେ ମହାତ୍ମା ଗାନ୍ଧୀଙ୍କ ନୀତି ଓ ଭଗବାନ ମହାବୀରଙ୍କ ଅହିଂସା ଧର୍ମକୁ ଅନୁସରଣ କରି ବିଶ୍ୱ ପାରସ୍ପରିକ ପାର୍ଥକ୍ୟର ମୁକାବିଲା କରିବା ଉଚିତ ବୋଲି ବିଶ୍ୱକୁ ବାର୍ତ୍ତା ଦେଇଛନ୍ତି । ଏହା ବିଶ୍ୱର ବିକାଶରେ ସହାୟକ ହେବ ।

ମାଉଣ୍ଟ କିଲିମାନଜାରୋ ତାଞ୍ଜାନିଆର ଏକ ସୁପ୍ତ ଆଗ୍ନେୟଗିରି । ଏହା ଆଫିକ୍ରାର ସର୍ବୋଚ୍ଚ ପର୍ବତ ଏବଂ ପୃଥିବୀର ସମୁଦ୍ର ପତନଠାରୁ ସର୍ବୋଚ୍ଚ ମୁକ୍ତ ପର୍ବତ । ସମୁଦ୍ର ପତନଠାରୁ ୫,୮୯୫ ମିଟର (୧୯,୩୪୧ ଫୁୁଟ) ଏହାର ମାଳଭୂମିଠାରୁ ପ୍ରାୟ ୪,୯୦୦ ମିଟର (୧୬,୧୦୦) ଫୁଟ । ୟାସିନ୍‌ଙ୍କ ଏହି ସଫଳତାରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ୟାସିନ୍‌ଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଏହି ସଫଳତା କିଟ୍‌ର ଅନ୍ୟ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି ।

Leave A Reply

Your email address will not be published.