କିଟ୍‍ ଛାତ୍ରଛାତ୍ରୀଙ୍କ ଦ୍ୱାରା ଛଟ୍‍ ପୂଜା, ଛାତ୍ରଛାତ୍ରୀଙ୍କୁ ଛଟ୍‍ ଅଭିନନ୍ଦନ ଜଣାଇଲେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ

ଭୁବନେଶ୍ଵର : ଉତ୍ତର ଭାରତର ଗଣପର୍ବ ଛଟ୍‍ ପୂଜା ଆଜି କିଟ୍‍ ବିଶ୍ୱବିଦ୍ୟାଳୟରେ କିଟ୍ ଛାତ୍ରଛାତ୍ରୀଙ୍କ ଦ୍ବାରା ପାଳିତ ହୋଇଯାଇଛି ।  ଏହି ଅବସରରେ ବିଶ୍ୱବିଦ୍ୟାଳୟ ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ କିଟ୍‍ ଓ କିସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ଓ ଅତିରିକ୍ତ କୁଳସଚିବ ପ୍ରଫେସର ଶ୍ୟାମସୁନ୍ଦର ବେହୁରା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ କିଟ୍‍ ବିଶ୍ୱବିଦ୍ୟାଳୟରେ ପଢୁଥିବା ଉତ୍ତର ଭାରତର ଛାତ୍ରଛାତ୍ରୀମାନେ ଯୋଗଦେଇ ଛଠି ମାତାଙ୍କ ଆରାଧନା କରିଥିଲେ । ଛଟ୍‍ ପୂଜା ଅବସରରେ ଶ୍ରୀ ସାମନ୍ତ ସମବେତ ଛାତ୍ରଛାତ୍ରୀଙ୍କୁ ଛଟ୍‍ ଅଭିନନ୍ଦନ ଜଣାଇବା ସହ ଛଠି ମାଆ ସମସ୍ତଙ୍କୁ ସୁସ୍ଥ ରଖିବା ସହ ସୂର୍ଯ୍ୟଦେବ ସମସ୍ତଙ୍କ ଜୀବନରେ ଭଲପାଇବା, ଖୁ୍‍ସି, ଶାନ୍ତି ଓ ସମୃଦ୍ଧିରେ ଆଲୋକିତ କରନ୍ତୁ ବୋଲି କାମନା କରିଥିଲେ ।

ଶେଷରେ ଶ୍ରୀ ସାମନ୍ତ ଛାତ୍ରଛାତ୍ରୀଙ୍କୁ ଛଠିମାତାଙ୍କ ପ୍ରସାଦ ବଣ୍ଟନ କରିଥିଲେ । ସୂଚନାଯୋଗ୍ୟ, କିଟରେ ବିଭିନ୍ନ ରାଜ୍ୟ ଓ ଭାଷାଭାଷୀର ଛାତ୍ରଛାତ୍ରୀମାନେ ପାଠ ପଢୁଥିବାବେଳେ ବର୍ଷର ବିଭିନ୍ନ ସମୟରେ ସେମାନଙ୍କର ବିଭିନ୍ନ ପର୍ବ ଏଠାରେ ପାଳନ କରାଯାଇଥାଏ ।

You might also like