ରାଜ୍ୟ

ପୁଣି ଜାତୀୟ ସ୍ତରରେ ସମ୍ମାନିତ ହେଲା କିଟ୍, ୧୩ତମ କ୍ୱାଲିଟି କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ- ଡିଏଲ୍‌ ଶାହ କ୍ୱାଲିଟିରେ ପାଇଲା ରୌପ୍ୟ ପୁରସ୍କାର

କେନ୍ୟୁଜ୍(ବ୍ୟୁରୋ):  କିଟ୍‌ ବିଶ୍ୱବିଦ୍ୟାଳୟକୁ ୧୩ତମ କ୍ୱାଲିଟି କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ- ଡିଏଲ୍‌ ଶାହ କ୍ୱାଲିଟି ରୌପ୍ୟ ପୁରସ୍କାର ପ୍ରଦାନ କରାଯାଇଛି । ନୂଆଦିଲ୍ଲୀଠାରେ କ୍ୟୁସିଆଇ-ଡିଏଲ୍‌ ଶାହ ଟ୍ରଷ୍ଟ ପକ୍ଷରୁ ଗୁରୁବାର ଅନୁଷ୍ଠିତ ତୃତୀୟ ଭର୍ଚୁଆଲ୍‌ କନ୍‌କ୍ଲେଭ୍‌ରେ କିଟ୍‌ ବିଶ୍ୱବିଦ୍ୟାଳୟକୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି । କିଟ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ଉପକୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ ଏହି ପୁରସ୍କାର ଗ୍ରହଣ କରିଥିଲେ । ଏସ୍‌ଏପିର ସଫଳ କାର୍ଯ୍ୟକାରୀ ପାଇଁ କିଟ୍‌ ବିଶ୍ୱବିଦ୍ୟାଳୟକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ବିଭିନ୍ନ କ୍ୟାଟେଗୋରୀ ମଧ୍ୟରୁ ଶିକ୍ଷା କ୍ଷେତ୍ରରେ ପଞ୍ଜାବର ଚିତ୍‌କାରା ବିଶ୍ୱବିଦ୍ୟାଳୟ ଏବଂ ସିଏମ୍‌ସିର ଭେଲୋର, କେଜି ହସ୍ପିିଟାଲ୍‌ ଆଣ୍ଡ ପୋଷ୍ଟ ଗ୍ରାଜୁଏଟ୍‌ ମେଡିକାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଏହି ପୁରସ୍କାର ପାଇବାରେ କିଟ୍‌ ହେଉଛି ପୂର୍ବଭାରତର ଏକମାତ୍ର ବିଶ୍ୱବିଦ୍ୟାଳୟ ।

ଏହି ପୁରସ୍କାରର ଚୟନ ପ୍ରକ୍ରିୟା ୫ଟି ପର୍ଯ୍ୟାୟ ଦେଇ କରାଯାଇଥାଏ । ଏହାକୁ ଏନ୍‌ବିକ୍ୟୁପି/ କ୍ୟୁସିଆଇ ଓ ଡିଏଲ୍‌ ଶାହ ଟ୍ରଷ୍ଟର ବିଶେଷଜ୍ଞ କମିଟି ପୁଙ୍ଖାନୁପୁଙ୍ଖ ଯାଞ୍ଚ କରି ପୁରସ୍କାର ପାଇବା ପାଇଁ ଯୋଗ୍ୟ ଅନୁଷ୍ଠାନ ଚୟନ କରିଥାନ୍ତି । ସୂଚନାଯୋଗ୍ୟ ଏସ୍‌ଏପି କାର୍ଯ୍ୟକାରୀ କରିବା କ୍ଷେତ୍ରରେ କିଟ୍‌ ହେଉଛି ଭାରତର ପ୍ରଥମ ବିଶ୍ୱବିଦ୍ୟାଳୟ । ୨୦୧୩ ମସିହାରୁ କିଟ୍‌ ତାର ବିଭିନ୍ନ ସ୍କୁଲ୍‌ ଏବଂ ସମସ୍ତ ବିଭାଗରେ ଏସ୍‌ଏପି କାର୍ଯ୍ୟକାରୀ କରିଆସୁଛି । ବିଭିନ୍ନ ମାନକକୁ ନେଇ ଏହି ଚୟନ ପ୍ରକ୍ରିୟା କରାଯାଇଥାଏ । ସେଥି ମଧ୍ୟରେ ପ୍ରୋବ୍ଲେମ୍‌/ସଲ୍ୟୁସନ୍‌ କ୍ଲାରିଟି, ଡାଟା ସୋର୍ସ ଓ କଲେକ୍‌ସନ, ଟେକ୍‌ନିକାଲ୍‌ ଆପ୍ରୋଚ୍‌, ଟିମ୍‌ ୱାର୍କିଂ, ସମସ୍ୟା ଚିହ୍ନଟ ଓ ପ୍ରକଳ୍ପର ପ୍ରଭାବ, ସାମାଜିକ ଅର୍ଥନୈତିକ ଓ ପରିବେଶ ଭିତ୍ତିକ ଉପକାର ଆଦି ମାନକକୁ ଭିତ୍ତିକରି ଏହି ଚୟନ କରାଯାଇଥାଏ ।

କ୍ୱାଲିଟି କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ ହେଉଛି ଭାରତ ସରକାରଙ୍କ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟର ଇଣ୍ଡଷ୍ଟ୍ରିଆଲ୍‌ ପଲିସି ଓ ପ୍ରମୋସନ ବିଭାଗ ଅଧୀନସ୍ଥ ଏକ ସ୍ୱୟଂ ଶାସିତ ଅନୁଷ୍ଠାନ । ୨୦୦୭ ମସିହାରୁ କ୍ୟୁସିଆଇ-ଡିଏଲ୍‌ ଶାହ କ୍ୱାଲିଟି ଆୱାର୍ଡ ପ୍ରଦାନ କରାଯାଇଆସୁଛି । ସରକାରୀ ଉଦ୍ୟୋଗ, ସରକାରୀ ବିଭାଗ, ଉତ୍ପାଦନ କ୍ଷେତ୍ର, ସୂଚନା ଓ ପ୍ରଯୁକ୍ତି, ଆର୍ଥକ, ଭିତ୍ତିଭୂମି, ସ୍ୱାସ୍ଥ୍ୟସେବା, ଶିକ୍ଷା, ମଧ୍ୟମ-କ୍ଷୁଦ୍ର-ସୂକ୍ଷ୍ମ ଉଦ୍ୟୋଗ, ଔଷଧ, ଖାଦ୍ୟ ଆଦି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଥାଏ । କିଟ୍‌ର ଏହି ସଫଳତାରେ ଖୁସି ବ୍ୟକ୍ତ କରି ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ କହିଛନ୍ତି, କିଟ୍‌ ସର୍ବଦା ଡିଜିଟାଲ୍‌ ସୃଜନଶୀଳତା ଏବଂ ଏହାର ବ୍ୟବହାରକୁ ଗୁରୁତ୍ୱ ଦେଇ ଆସୁଛି । ଏହି ପୁରସ୍କାର କିଟ୍‌କୁ ମନୋନୀତ କରାଯାଇଥିବାରୁ ଡ. ସାମନ୍ତ କ୍ୟୁସିଆଇ-ଡିଏଲ୍‌ ଶାହ ଟ୍ରଷ୍ଟକୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

KNews Bureau

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

20 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

21 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

2 hours ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago