ଜିରୋ ନାଇଟରେ ଗଞ୍ଜାମରେ ଫୁଟିଲା ଗୁଳି , ଯୁବକ ମୃତ

ଗଞ୍ଜାମ(କେନ୍ୟୁଜ୍) : ଗଞ୍ଜାମରେ ପୁଣି ଫୁଟିଲା ଗୁଳି । ଜିରୋ ନାଇଟରେ ଆସିକା କଲେଜ ଛକ ନିକଟରେ ଗୁଳିମାଡ଼ରେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଖାରିଆ ପଞ୍ଚାୟତର ବାହାନ ଲେଙ୍କା । ସୂଚନା ଅନୁସାରେ ମୃତ ବାହାନ ଏବଂ ତାଙ୍କର ଜଣେ ସହଯୋଗୀ ମୋଟର ସାଇକେଲରେ ଯାଉଥିଲେ । ଏହି ସମୟରେ ଦୁର୍ବୃତ୍ତ ମାନେ ବାଇକ୍ରେ ଆସି ଗୁଳିମାଡ କରି ଫେରାର ହୋଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବହାନଙ୍କୁ ଗୁରୁତର ଅବସ୍ଥାରେ ଆସିକା ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଛିି । ପୋଲିସ ଘଟଣାର ତଦନ୍ତ କରୁଛି ।