ରାନ୍ଧି ଖାଇଲେ କଲରାପତରିଆ ମାଂସ: ଦେଶୀ ବନ୍ଧୁକ ସହ ୩ ଶିକାରୀ ଗିରଫ

ରେଢାଖୋଲ : ବାଘଠୁ ମଣିଷ ହିଂସ୍ର । ଖାଇଗଲେ କଲରାପତରିଆ ମାଂସ । ଶିକାର କରି ଭୋଜିଭାତର ଆୟୋଜନ କରିଥିଲେ । ହେଲେ ବନବିଭାଗ ଖବର ପାଇ ଅଚାନକ ଚଢାଉ କରିଥିଲା । ଏଭଳି ଅମନୁଷିକ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡ ଗିରିଶ୍ଚନ୍ଦ୍ରପୁର ରେଞ୍ଜରେ। ସୋମବାର ରାତିରେ ଗିରିଶ୍ଚନ୍ଦ୍ରପୁର ବନାଞ୍ଚଳ ହୀରାଲାଲ ଗାଁ ନିକଟ ଲଣ୍ଡାକୋଟ ଜଙ୍ଗଲରେ ବାଘ ମାଂସ ରୋଷେଇ ହେଉଥିବା ବନବିଭାଗ ଖବର ପାଇଥିଲା।

ରାତି ପ୍ରାୟ ୧୧ଟା ବେଳେ ଚଢାଉ କରି ୩ ଜଣଙ୍କୁ ଗିରଫ କରିଥିଲା । ଘଟଣାସ୍ଥଳରୁ ରନ୍ଧା ମାଂସ, କଟା ମୁଣ୍ଡ, ଖପୁରୀ, ଗୋଡ଼, ଲାଞ୍ଜ ଚମଡ଼ା ସହ ଶରୀରର ଅନ୍ୟ ଅଂଶ ଜବତ ହୋଇଛି। ଏହାସହ ସମ୍ବର, ଶିଙ୍ଗ, ୫ଟି ଟାଙ୍ଗିଆ ଏବଂ ଦେଶୀ ବନ୍ଧୁକ ଜବତ ହୋଇଛି। ରେଢାଖୋଲ ବନଖଣ୍ଡରେ ଗତ ୬ ମାସ ମଧ୍ୟରେ କଲରାପତପରିଆ ଶିକାର କରିବା ଏହି ଦ୍ବିତୀୟ ଘଟଣା। ଘଟଣାର ଅଧିକ ତଦନ୍ତ କରୁଛି ବନ ବିଭାଗ। କଲରାପତରିଆ ଶିକାର ସଂପର୍କରେ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଡିଏଫ୍‌ଓ ଶ୍ରୀ ମହାନ୍ତି ଏକ ସ୍ବତନ୍ତ୍ର ଟିମ୍ ଗଠନ କରଥିଲେ। ଏହି ଟିମ୍‌ରେ ଗିରିଶ୍ଚନ୍ଦ୍ରପୁର ରେଞ୍ଜର ସୁରେନ୍ଦ୍ର କୁମାର ସାହୁ, ଫରେଷ୍ଟର ପ୍ରବୀଣ କୁମାର ପ୍ରଧାନଙ୍କ ସହିତ କିସିଣ୍ଡା ଥାନାର ପୋଲିସ ଅଧିକାରୀ ଓ କର୍ମଚାରୀମାନେ ସାମିଲ ଥିଲେ।

 

 

You might also like