କୋରାପୁଟ-ରାଣୀଗଡ଼ ରାସ୍ତା ଦୟାନିଧିଗୁଡ଼ା ନିକଟରେ ଦୁର୍ଘଟଣା: ଅଟୋକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ

କୋରାପୁଟ(କେନ୍ୟୁଜ୍): କୋରାପୁଟ-ରାଣୀଗଡ଼ ରାସ୍ତା ଦୟାନିଧିଗୁଡ଼ା ନିକଟରେ ସଡକ ଦୁର୍ଘଟଣା । ଅଟୋକୁ ଧକ୍କା ଦେଲା ଟ୍ରକ୍ । ଜଣେ ପ୍ରାଣ ହରାଇଥିବା ବେଳେ ୯ରୁ ଅଧିକ ଆହତ ହୋଇଛନ୍ତି । ସେମାନଙ୍କ ମଦ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି।
କୋରାପୁଟ ଅଞ୍ଚଳର ଶ୍ରମିକ ମାନେ କାମ ସାରି ଅଟୋରେ ଘରକୁ ଫେରୁଥିଲେ । ତେବେ ବୋରିଗୁମା ପଟୁ ଆସୁଥିବା ମାଲ ବୋଝେଇ ଟ୍ରକ ସହ ମୁହାଁମହିଁ ଧକ୍କା ହୋଇଥିଲା ।
କୋରାପୁଟ ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରକକୁ ଜବତ କରିବା ସହ ଡ୍ରାଇଭର ଓ ହେଲପରକୁ ଅଟକ ରଖିଛନ୍ତି । ଉଭୟ ନିଶାସକ୍ତ ଅବସ୍ଥାରେ ଥିବା ଜଣାପଡିଛି ।