ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ତଣ୍ଟି କାଟି ହତ୍ୟା, କିଛି ଘଣ୍ଟା ପରେ ଧରାପଡ଼ିଲା ଅଭିଯୁକ୍ତ

ହିଞ୍ଜିଳିକାଟୁ : ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ତଣ୍ଟି କାଟି ହତ୍ୟା । ହତ୍ୟାର କିଛି ଘଣ୍ଟା ପରେ ଧରାପଡ଼ିଲା ଅଭିଯୁକ୍ତ । ଅତ୍ୟଧିକ ମଦ୍ୟପାନ ଧରା ପକାଇଦେଲା ଅଭିଯୁକ୍ତକୁ। ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ବଡ଼ଖଣ୍ଡି ଗାଁ ଜଗନ୍ନାଥ ମନ୍ଦିର ନିକଟରେ ହୋଇଛି ହତ୍ୟାକାଣ୍ଡ ।  ମୃତକ କୁକୁଡ଼ାଖଣ୍ଡି ବ୍ଲକ ବଉଳଝୋଳି ପଞ୍ଚାୟତ ସାତପାହାଣ୍ଡିଆ ଗାଁର କେ.ରାଜେନ୍ଦ୍ର ରେଡ୍ଡୀ ଓରଫ ରାଜୁ । ଗତକାଲି ରାତିରେ ରାଜୁ ସମରଝୋଳ ଛକ ଦେଇ ଘରକୁ ଫେରୁଥିବା ବେଳେ ରାସ୍ତାରୁ ଟାଣି ନେଇ ହତ୍ୟା କରିଥିଲେ ଅଭିଯୁକ୍ତ ।  ଏହାପରେ ଫେରାର ହୋଇଯାଇଥିଲେ ଦୁଇ ଜଣ ।

ତେବେ ଅତ୍ୟଧିକ ମଦ୍ୟପାନ ଯୋଗୁଁ ଅଭିଯୁକ୍ତ ଜଣକ ଅଚେତ ହୋଇ ରାସ୍ତାରେ ପଡିଥିବାବେଳେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଜଣେ ଅଭିଯୁକ୍ତକୁ ଅଟକ ରଖି ହିଞ୍ଜିଳି ପୋଲିସ ପଚରାଉଚରା କରୁଛି ।  ଅନ୍ୟ ଜଣେ ଫେରାର ହୋଇଯାଇଛି । ଘଟଣାସ୍ଥଳରେ ଆସିକା ଏସଡିପିଓଙ୍କ ସମେତ ହିଞ୍ଜିଳି, ଶେରଗଡ଼ ପୋଲିସ ପହଞ୍ଚି ବାଇକ୍,ଚପଲ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ ସହ ତଦନ୍ତ କରୁଛି ।

You might also like