ବରଗଡ଼ରେ ଚାଞ୍ଚଲ୍ୟ: ଛାତରେ ଶୋଇଥିବାବେଳେ ବାପାଙ୍କୁ ହତ୍ୟା କଲା ନୃଶଂସ ପୁଅ

ବରଗଡ଼ ଜିଲା ଭେଡେନ ଥାନା ଅର୍ନ୍ତଗତ ସହରାଟିକ୍ରା ହତ୍ୟାକାଣ୍ଡ ଅଭିଯୋଗ। ସୋମବାର ବିଳମ୍ବିତ ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ଗ୍ରାମର ମଙ୍ଗନିଆ ସେଠଙ୍କୁ ହତ୍ୟା କରାଯାଇଛି । ଘରଛାତ ଉପରେ ଏକ ଖଟିଆରେ ଶୋଇଥିବାବେଳେ ଗ୍ରାମର ମଗନିଆଁ ସେଠଙ୍କୁ କେହି ଦୁର୍ବୃତ୍ତ ତଣ୍ଟି ଚିପି ହତ୍ୟା କରିଛନ୍ତି।

ବରଗଡ଼ (କେନ୍ୟୁଜ): ଛାତ ଉପରେ ମୃତଦେହ । ବାପାଙ୍କୁ ହତ୍ୟା କଲା ନୃଶଂସ ପୁଅ । ଶୋଇଥିବା ଅବସ୍ଥାରେ ଗଳା ଚିପି ହତ୍ୟା କରିଥିବା ଭଳି ସାଂଘାତିକ ଅଭିଯୋଗ ଆସିଛି ବରଗଡ ଜିଲ୍ଲା ଭେଡେନ ବ୍ଲକ ସହଁରାଟିକ୍ରା ଗାଁରୁ। ମୃତକ ମଙ୍ଗନିଆଁ ସେଠ । ଗତକାଲି ରାତିରେ ମଙ୍ଗନିଆ ଛାତ ଉପରେ ଶୋଇଥିବାବେଳେ ପୁଅ ଗୋପାଳ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପୋଲିସ ଗୋପାଳକୁ ଅଟକ ରଖି ପଚରାଉଚରା କରୁଛି। ତେବେ ହତ୍ୟାର କାରଣ ଜଣାପଡିନି।

ସେହିପରି ଅନୁଗୁଳ ଜରପଡ଼ା ଜେରେଙ୍ଗ ତଳସାହିରେ ପୂର୍ବତନ ସରପଞ୍ଚଙ୍କୁ ନିର୍ମମ ହତ୍ୟା କରାଯଇଛି । ଛାତ ଉପରେ ଶୋଇଥିବାବେଳେ ଦୁର୍ବୃତ୍ତ ହତ୍ୟା କରି ଫିଙ୍ଗିଦେଇଥିଲେ । ଆଜି ସକାଳେ ତାଙ୍କ ମୃତଦେହକୁ ନିଜ ଘର ସାମ୍ନାରୁ ଉଦ୍ଧାର କରାଯାଇଛି ।

Leave A Reply

Your email address will not be published.