ଭୁବନେଶ୍ୱର:କୋଭିଡ ଚିକିତ୍ସା ସେବା କ୍ଷେତ୍ରରେ ପୁଣି ଯୋଡ଼ି ହେଲା କିମ୍‌ସ କୋଭିଡ ହସପିଟାଲ

ଭୁବନେଶ୍ୱର(କେନ୍ୟୁଜ୍):  ଭୁବନେଶ୍ୱରରେ କୋଭିଡ ଚିକିତ୍ସା ସେବା କ୍ଷେତ୍ରରେ ପୁଣି ଯୋଡ଼ି ହେଲା କିମ୍‌ସ କୋଭିଡ ହସପିଟାଲ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଭୁବନେଶ୍ୱର ମହାନଗର ନିଗମ, କିମ୍‌ସ କୋଭିଡ ହସ୍‌ପିଟାଲ ଓ ଓଡ଼ିଶା ମାଇନିଂ କର୍ପୋରେସନ ମଧ୍ୟରେ ତ୍ରିପାକ୍ଷିକ ରାଜିନାମା ସ୍ୱାକ୍ଷରିତ ହୋଇଛି। ଏହି କାର୍ଯ୍ୟକ୍ରମରେ କିମ୍‌ସ କୋଭିଡ ହସ୍‌ପିଟାଲ ପକ୍ଷରୁ ଡାକ୍ତର ଅମ୍ବିକା ପ୍ରସାଦ ମହାନ୍ତି ରାଜିନାମା ସ୍ୱାକ୍ଷର କରିଥିଲେ।

ରାଜିନାମା ଅନୁଯାୟୀ ୫ଶହ କୋଭିଡ ରୋଗୀଙ୍କ ଚିକିତ୍ସା କରିବ କିମ୍‌ସ କୋଭିଡ ହସ୍‌ପିଟାଲ। କୋଭିଡର ପ୍ରଥମ ଓ ଦ୍ୱିତୀୟ ଲହର ବେଳେ କୋଭିଡ ସଂକ୍ରମିତଙ୍କ ଉତ୍ତମ ଚିକିତ୍ସା ଯୋଗାଇ ପ୍ରଶଂସା ସାଉଁଟିଥିଲା କିମ୍‌ସ କୋଭିଡ ହସପିଟାଲ। ଡାକ୍ତରଙ୍କ ସେବା ଶୁଶ୍ରୁଷା, ଯତ୍ନକୁ ସାଧାରଣରେ ଭୂୟସୀ ପ୍ରଶଂସା କରାଯାଇଥିଲା। ଏବେ ରାଜ୍ୟ ସରକାର ପୁଣି କୋଭିଡ ରୋଗୀଙ୍କ ଉତ୍ତମ ଚିକିତ୍ସା ପାଇଁ କିମ୍‌ସ କୋଭିଡ ହସପିଟାଲ ଉପରେ ଭରସା କରି ରାଜିନାମା ସ୍ୱାକ୍ଷର କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.