ପୁରୀ : ସାଧୁସନ୍ଥଙ୍କ ପାଇଁ ଦେୟମୁକ୍ତ ସ୍ୱାସ୍ଥ୍ୟ ସେବାପ୍ରଦାନ । କିମସ୍ ପକ୍ଷରୁ ପୁରୀ ରଥଯାତ୍ରାରେ ସାମିଲ ହୋଇଥିବା ସାଧୁସନ୍ଥଙ୍କ ପାଈଁ ଦେୟମୁକ୍ତ ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଯାଇଛି। କିମସ୍ ର ଡାକ୍ତର ଓ ପାରାମେଡିକାଲ କର୍ମଚାରୀ ବିଭିନ୍ନ ମଠରେ ସାଧୁସନ୍ଥଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଏଥିସହ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସାଧୁସନ୍ଥଙ୍କୁ ଔଷଧ ବଣ୍ଟାଯାଇଛି । କିମସ୍ ର ଡେପୁଟି ମେଡିକାଲ ସୁପରିଟେଣ୍ଡେଣ୍ଟ ହରିଶ ଚୌଧୁରୀଙ୍କ ନେତୃତ୍ୱରେ ଆସିଥିବା ଡାକ୍ତରୀ ଦଳ ବିଭିନ୍ନ ରୋଗରେ ପୀଡିତ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଔଷଧ ସେବନର ପରାମର୍ଶ ଦେଇଥିଲେ l ବାହାରୁ ଆସିଥିବା ଭକ୍ତ ଓ ଶ୍ରଦ୍ଧାଳୁ କିମସ୍ ମେଡିକାଲର ଏହି ପ୍ରୟାସକୁ ବେଶ ପ୍ରଶଂସା କରିଛନ୍ତି ।