କିଙ୍ଗ କୋବ୍ରା କଲା ରାସ୍ତା ଅବରୋଧ, ଲୋକଙ୍କୁ ଛାଡ଼ିଲାନି ବାଟ

ଭଞ୍ଜନଗର (କେନ୍ୟୁଜ୍‌) : ରାସ୍ତା ଉପରେ ଜଗି ବସିଛି ଅହିରାଜ ବା କିଙ୍ଗ କୋବ୍ରା। ଦୀର୍ଘ ସମୟ ଧରି ଫଣା ଟେକି ରହିଥିଲା । ମନେ ହେଉଥିଲା ଯେମିତି ରାସ୍ତା ଅବରୋଧ କରି କିଛି ଜଣାଇବାକୁ ଚାହୁଁଛି । ଯେମିତି କାହାକୁ ଜଗି ରହିଛି । ଧୀରେ ଧୀରେ ଜନଗହଳି ହେଲା। ଏହା ସତ୍ତ୍ୱେ ବି ସେମିତି ସ୍ଥିର ହୋଇ ରହିଥିଲା ଏହି ବିଷଧର ସାପ ।
ପ୍ରାୟ ୧୨ ଫୁଟ ଲମ୍ବର ଏହି ଅହିରିଜକୁ ଦେଖି ଲୋକେ ଡରି ଯାଇଥିଲେ ।

ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ନିକଟ ମୁଖ୍ୟରାସ୍ତାରେ ଦେଖିବାକୁ ମିଳିଥିଲା ଏଭଳି ଦୃଶ୍ୟ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦୀର୍ଘ ସମୟ ଧରି ଅହିରାଜ ସାପଟି ରାସ୍ତା ଉପରେ ସେମିତି ଶୋଇ ରହିଥିଲା । ପରେ ଜଗନ୍ନାଥପ୍ରସାଦ ବନବିଭାଗ କର୍ମଚାରୀ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲେ । ରାସ୍ତାରେ ଯାଉଥିବା ଲୋକଙ୍କୁ ସତର୍କ କରାଇଥିଲେ । ସ୍ଥାନୀୟ କିଛି ଉଦ୍ଧାରକାରୀ ଯୁବକଙ୍କ ସହଯୋଗରେ ଅହିରାଜ ସାପକୁ ଏକ ଅଖା ଦ୍ବାରା ଉଦ୍ଧାର କରାଯାଇଥିଲା । ତାକୁ ନିକଟସ୍ଥ ଜଙ୍ଗଲରେ ଛାଡିବାକୁ ନିଆଯାଇଥିଲା । ସେ ମଧ୍ୟ ସାପଟିକୁ ଜଙ୍ଗଲରେ ଛାଡି ଦେଇଥିଲେ ।

ହେଲେ ଏହା ପରେ ବି ସାପଟି ଜଙ୍ଗଲ ରାସ୍ତା ଉପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିଥିଲା । ଉଦ୍ଧାରକାରୀ ଯୁବକ ଜଣକ ଯେତେ ଚେଷ୍ଟା କଲେ ବି ସାପଟି ଜଙ୍ଗଲ ଭିତରେ ପଶିବାକୁ ଇଚ୍ଛା କରିନଥିଲା । ଏହାକୁ ନେଇ ଲୋକଙ୍କ ଭିତରେ ଅନେକ ପ୍ରକାର ଚର୍ଚ୍ଚା ହେଉଛି ।

 

Leave A Reply

Your email address will not be published.