ଅନ୍ଧାର ରାତିରେ ରଙ୍ଗ ବେରଙ୍ଗି ଲାଇଟ ମଝିରେ ହୁଳହୁଳି ସହ କରତାଳିରେ ଚାଲିଲା ମା’ଙ୍କ ପୂଜାର୍ଚ୍ଚନା । ଏକାଠି ହୋଇ ନିଆରା ଦେବୀଙ୍କ ନିଆରା ପୂଜାର୍ଚ୍ଚନା କରୁଛନ୍ତି ଜୟପୁରର କିନ୍ନର ସମ୍ପ୍ରଦାୟ । ସମସ୍ତ କିନ୍ନର ଏକାଠି ହୋଇ କରିଛନ୍ତି ନିଜ ଶାଶୁ ମା’ଙ୍କ ପୂଜାର୍ଚ୍ଚନା । ପରମ୍ପରା ଅନୁସାରେ ସତ୍ୟ,ତ୍ରେତୟା ଓ ଦ୍ୱାପର ଭଳି ପ୍ରତି ଯୁଗରେ କିନ୍ନରଙ୍କ ସ୍ୱତନ୍ତ୍ରତା ରହି ଆସିଛି । ବିଶ୍ୱାସ ରହିଛି ମୁର୍ଗୀମାତା କିନ୍ନର ସମ୍ପ୍ରଦାୟର ହେଉଛନ୍ତି ଅଧିଷ୍ଠାତ୍ରୀ ଦେବୀ । ଯିଏ କୁକୁଡ଼ା ଉପରେ ବସିଥିବା ବେଳେ ସମସ୍ତ କିନ୍ନରଙ୍କ ଶାଶୁ ମା’ ବା ମୁର୍ଗୀମାତା ବୋଲି ସମ୍ବୋଧନ କରିଥାନ୍ତି । ଏହି ପୂଜାରେ ମଧ୍ୟ ରାତିରୁ କଳସ ଯାତ୍ରା ଆରମ୍ଭ ହୁଏ ପୂଜା ଆଉ ପାଞ୍ଚ ଦିନ ପର୍ଯ୍ୟନ୍ତ ଏହା ଚାଲିଥାଏ l
ଜୟପୁର ସହରରେ ଦୀର୍ଘ ୧୩ ବର୍ଷ ଧରି କିନ୍ନର ସମ୍ପ୍ରଦାୟ ପକ୍ଷରୁ ମୁର୍ଗୀମାତା ପୂଜା ଯାକଜକମରେ କରା ଯାଉଥିବା ବେଳେ ଅବିଭକ୍ତ କୋରାପୁଟର ୩ଟି ଜିଲା ରୁ କିନ୍ନରମାନେ ଭାର ଧରି ଆସନ୍ତି ସେଭଳି ଅନ୍ୟ କିନ୍ନରମାନେ ମଧ୍ୟ ତାଙ୍କୁ ପାଦ ଧୋଇ ହୁଳହୁଳି ଦେଇ ସ୍ୱାଗତ କରନ୍ତି । ନାଚ ଗୀତର ଆସର ଭିତରେ କିନ୍ନରଙ୍କ ପୂଜା ଦେଖିବାକୁ ଲୋକଙ୍କ ଭିଡ଼ ମଧ୍ୟ ଜମେ । ସବୁଠାରୁ ବଡ କଥା ହେଉଛି ମା’ଙ୍କ ଏକ ବିଶାଳ ମନ୍ଦିର ରହିଛି ଗୁଜୁରାଟର ମେସାନା ଜିଲାରେ ଯେଉଁଠି କିନ୍ନର ପୂଜା କରନ୍ତି ମା’ଙ୍କୁ ଓ ସମସ୍ତ କିନ୍ନର ଜୀବନରେ ଥରେ ନା ଥରେ ସେହି ମନ୍ଦିରକୁ ଯାଇଥାନ୍ତି । ସବୁବେଳେ ତାଶ୍ଚଲ୍ୟ ର ଶିକାର ହେଇଥିବା କିନ୍ନରମାନେ ଏହି ପୂଜା ଓ ବିସର୍ଜନ ଭିତରେ ସବୁ କିଛି ଭୁଲି ମନ ଭରି ଉପଭୋଗ କରୁଥିବାବେଳେ ସାଧାରଣ ଲୋକଙ୍କ ଭିଡ଼ ମଧ୍ୟ ଜମେ ।
ପୁରାତନ ଯୁଗରୁ କିନ୍ନରଙ୍କ ସହ ସମାଜର ସାମଞ୍ଜସ୍ୟ ରହି ଆସିଥିବା ବେଳେ ସେମାନଙ୍କ ଦେବୀ ମୁର୍ଗୀ ମାତାଙ୍କ ପୂଜା ଓ ମହିମା ମଧ୍ୟ ସ୍ୱତନ୍ତ୍ର । ବର୍ଷକୁ ଥରେ କିନ୍ନରଙ୍କ ଏହି ପୂଜା ସେମାନଙ୍କ ସ୍ୱତନ୍ତ୍ରତାର ପରିଚୟ l