କରିତକର୍ମା କିନ୍ନରର ବିଚକ୍ଷଣ ବୁଦ୍ଧି: ଫୋନରେ ମନ୍ତ୍ରୀଙ୍କ ସ୍ୱର କରି ବ୍ୟବସାୟୀଙ୍କ ଠାରୁ ଲୁଟି ନେଲେ ଟଙ୍କା

ଭୁବନେଶ୍ବର(କେନ୍ୟୁଜ୍): କିନ୍ନର ମନୀଷାଙ୍କ ମାରାତ୍ମକ କାହାଣୀ ମନ୍ତ୍ରୀଙ୍କ ନାଁ ନେଇ ଲଗାଇଦେଲେ ଚୁନ । ମନ୍ତ୍ରୀଙ୍କ ଘରେ ହୋମ ଯଜ୍ଞ ହେବ କହି ବ୍ୟବସାୟୀଙ୍କ ଠାରୁ ନେଇଗଲେ ଟଙ୍କା । ବ୍ୟବସାୟୀ ବିକାଶ ସେହଗଲ ଏ ନେଇ ସାଇବର ଥାନାରେ ଅଭିଯୋଗ କରିବା ପରେ କିନ୍ନର ମନୀଷା ଓରଫ ସୌମ୍ୟ ରଞ୍ଜନ ପ୍ରଧାନ ଓ ତାଙ୍କର ଦୁଇ ସହଯୋଗୀଙ୍କୁ ଗିରଫ କରିଛି କମିଶନରେଟ ପୋଲିସ ।

କିନ୍ନର ମନୀଷା ମନ୍ତ୍ରୀଙ୍କ ସ୍ୱରରେ ଫୋନ କରି ୩ ଜଣଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଲୁଟିଛି । ସେ ମଧ୍ୟରୁ ୫୦ ହଜାର ଟଙ୍କା ଜବତ କରିଛି ପୋଲିସ । ତା ନାଁ ରେ ସମ୍ବଲପୁର, ଅନୁଗୁଳ, ବ୍ରହ୍ମପୁର ଓ ଭୁବନେଶ୍ୱରରେ ୮ ଟି ମାମଲା ରହିଛି । ଗିରଫ ହୋଇଥିବା ଦୁଇ ସହଯୋଗୀଙ୍କ ଆକାଉଣ୍ଟକୁ ସେ ଟଙ୍କା ପଠାଇଥାଏ ।କିନ୍ନର ମନୀଷା ଜଣେ ଡିପ୍ଲୋମା ଛାତ୍ର ବୋଲି ଜାଣିବାକୁ ପାଇଛି ପୋଲିସ ।

Leave A Reply

Your email address will not be published.