କେନ୍ୟୁଜ୍(ବ୍ୟୁରୋ): ଷ୍ଟେଜ୍ ସୋରୁ ବାହାବେଦୀ । ପ୍ରଥମେ ପରସ୍ପରକୁ ଦେଖାଚାଁହା ତାପରେ ପ୍ରେମ ଆଉ ତାପରେ ବିବାହ। କିନ୍ନର ଚିନ୍ମୟୀ ସାଜିଲେ କନ୍ୟା, ବବ୍ଲୁ ସାଜିଲେ ବର, ଶେଷରେ ପଡିଲା ହାତଗଣ୍ଠି। ପ୍ରେମ ବୁଝେନା ପରିସୀମା, ପ୍ରେମ ବୁଝେନା ବର୍ଣ୍ଣ, ପ୍ରେମ ବୁଝେନା ବୟସ। ପ୍ରେମ ଶାଶ୍ଵତ ଆଉ ପବିତ୍ର। ଥରେ ଭଲ ପାଇବା ଆସିଗଲେ, ତାହା ସାତ ସମୁଦ୍ର ପାର ହୋଇ ପ୍ରେମିକ, ପ୍ରେମିକା ପାଖକୁ ଚାଲିଆସେ। ଥରେ ମନ ସହିତ ମନ ମିଳିଗଲେ ଦୁନିଆଁର ସବୁ ପ୍ରତିବନ୍ଧକ ପାର ହୋଇଯାଏ। ଆମେ କହୁଛୁ ଏକ ଏମିତି ଏକ ପ୍ରେମ କାହାଣୀର କଥା। ଯାହା ଅନୁଗୁଳରେ ଦେଖିବାକୁ ମିଳିଛି।
ଜଣେ ଯୁବକ ଜଣେ କିନ୍ନରଙ୍କୁ ବିବାହ କରି ଚର୍ଚ୍ଚାରେ ଅଛନ୍ତି। ପ୍ରଥମେ ଏକ ଷ୍ଟେଜ ସୋରେ ଉଭୟେ ଉଭୟଙ୍କୁ ଦେଖାଚାହଁ। ତା ପରେ ମନ ଦିଆ ନିଆ । ପରେ ଏହି ସମ୍ପର୍କ ନିବିଡ଼ ପ୍ରେମରେ ପରିଣତ ହୁଏ। ୫ ବର୍ଷର ଭଲ ପାଇବା ପରେ ଏବେ ସାରା ଜୀବନ ପାଇଁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଏହି ନିଆରା ବନ୍ଧନ ହୋଇଛି ଅନଗୁଳ ବୁଢ଼ୀ ଠାକୁରାଣୀ ମନ୍ଦିରରେ।
ମା ବୁଢ଼ୀ ଠାକୁରାଣୀକୁ ସାକ୍ଷୀ ରଖି ଉଭୟେ ଉଭୟଙ୍କୁ ବିବାହ କରିଛନ୍ତି। ପୁଅ ବବଲୁ ଏବଂ କିନ୍ନର ଚିନ୍ମୟୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।ଆଉ ବିବାହ ପରେ ଏକ ଅନାଥ ଆଶ୍ରମରୁ ଶିଶୁକୁ ପୋଷ୍ୟ କରି ଜୀବନ ବାଟ ଚାଲିବାକୁ ସ୍ୱପ୍ନ ଦେଖିଛନ୍ତି ଏହି ପ୍ରେମୀ ଯୁଗଳ। ଯୁବକ ଜଣଙ୍କ କଣିହାଁ ଅଞ୍ଚଳର ହୋଇଥିବା ବେଳେ କିନ୍ନର ଜଣକ ବଅଁରପାଳ ଅଞ୍ଚଳର ବୋଲି ଜଣାପଡିଛନ୍ତି। ଭଲପାଇବାର ଇଏ ହେଉଛି ଏକ ଅନନ୍ୟ ଉଦାହରଣ। ଆଶାକରୁଛୁ ଉଭୟଙ୍କ ପ୍ରେମ ଏମିତି ଅତୁଟ ରହୁ ।
ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…
ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…
ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…