ରାଜ୍ୟ

ଗୋଟିଏ ଗୋଟିଏ ସଫଳତାର ପାହାଚ ଚଢୁଛନ୍ତି କିସ ଛାତ୍ରଛାତ୍ରୀ, ନିଟ୍‌ କ୍ୱାଲିଫାଏ କଲେ ୧୧ଜଣ

କେନ୍ୟୁଜ୍(ବ୍ୟୁରୋ):କିସର ୧୧ଜଣ ଛାତ୍ରଛାତ୍ରୀ ଚଳିତ ବର୍ଷ ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍‌ କ୍ୱାଲିଫାଏ କରି ବିଭିନ୍ନ ମେଡିକାଲ କଲେଜରେ ଏମ୍‌ବିଏଏସ୍‌ରେ ନାମଲେଖାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏତେ ସଂଖ୍ୟକ ଛାତ୍ରଛାତ୍ରୀ ଏକାଥରକେ ନିଟ୍‌ କ୍ୱାଲିଫାଏ କରିବା କିସ୍‌ ଇତିହାସରେ ପ୍ରଥମ । ଏମାନଙ୍କ ମଧ୍ୟରୁ ୫ରୁ ଅଧିକ ଛାତ୍ରଛାତ୍ରୀ ସେମାନଙ୍କ ର‍୍ୟାଙ୍କ ଅନୁସାରେ ବିଭିନ୍ନ ସରକାରୀ ମେଡିକାଲ କଲେଜରେ ନାମଲେଖାଇବା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଅନ୍ୟମାନେ କିପରି କିମ୍ସ ସମେତ ଅନ୍ୟାନ୍ୟ ଘରୋଇ ମେଡିକାଲ କଲେଜରେ ନାମଲେଖାଇ ପାରିବେ ସେଥିପାଇଁ କିଟ୍‌ ଓ କିସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଉଦ୍ୟମ କରୁଛନ୍ତି ।

କିସର ଛାତ୍ର ପିଟର ମୁଣ୍ଡା,ଧରଣୀଧର ବରିହାଁ,ଲକ୍ଷ୍ମୀକାନ୍ତ ଭୁଏ, ଦିଲ୍ଲୀପ ଟେଟେ, ସରୋଜ କୁମାର ଦେହୁରୀ, ବୃନ୍ଦାବନ ମାଝୀ, ସହଦେବ ମାଝୀ,ସମୀର କୁମାର ନାଏକ, ଛାତ୍ରୀ ଖ୍ରିଷ୍ଟିନା ପ୍ରଧାନ, ସେବତୀ ଟୁଡ଼ୁ ଏବଂ ନମ୍ରତା ହାଁସଦା ନିଟ୍‌ କ୍‌ାଲିଫାଏ କରିଛନ୍ତି । କିସ୍‌ରେ ପାଠପଢି ସେମାନଙ୍କ ପିଲାମାନେ ନିଟ କ୍‌ାଲିଫାଏ କରି ବିଭିନ୍ନ ସରକାରୀ ମେଡିକାଲ କଲେଜରେ ଡାକ୍ତରୀ ପାଠ ପଢିବାର ସୁଯୋଗ ପାଇ ପାରୁଥିବାରୁ ଜନଜାତି ସମ୍ପ୍ରଦାୟ ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । କରୋନାକାଳ ମଧ୍ୟରେ ଛାତ୍ରଛାତ୍ରୀମାନେ କିପରି ନିଟରେ ସଫଳତା ହାସଲ କରିବେ ସେଥିପାଇଁ କିସ୍‌ ପକ୍ଷରୁ ସେମାନଙ୍କର ସମସ୍ତ ପ୍ରକାର ଯତ୍ନ ନିଆଯିବା ସହ ଶିକ୍ଷକ ଶିକ୍ଷୟିତ୍ରୀମାନେ ନିୟମିତ ପରାମର୍ଶ ପ୍ରଦାନ କରିଆସୁଥିଲେ ।

କିସ ଛାତ୍ରଛାତ୍ରୀଙ୍କ ଏହି ସଫଳତାରେ ଖୁସିବ୍ୟକ୍ତ କରି ଡ. ସାମନ୍ତ ନିଟ୍‌ କ୍ୱାଲିଫାଏ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । କହିଛନ୍ତି, କିସ ଆରମ୍ଭହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ଉତ୍ତମ ଯତ୍ନ ଯୋଗୁଁ ଛାତ୍ରଛାତ୍ରୀମାନେ ଉଭୟ ଶିକ୍ଷା ଓ କ୍ରୀଡାରେ ସଫଳତା ଅର୍ଜନ କରିପାରୁଛନ୍ତି । ଉତ୍ତମ ଶୈକ୍ଷିକ ବାତାବରଣ ଓ ପିଲାମାନଙ୍କ ଉପଯୁକ୍ତ ଯତ୍ନ ଯୋଗୁଁ କିସର ଅନେକ ଛାତ୍ରଛାତ୍ରୀ ବିଭିନ୍ନ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ଓ ସରକାରୀ ଏବଂ ଘରୋଇ ନିଯୁକ୍ତି ପାଇପାରୁଛନ୍ତି । ନିକଟରେ କିସର ୪ଜଣ ଛାତ୍ର ସବଇନ୍ସପେକ୍ଟର ଚାକିରୀ ପାଇପାରିଥିବା ବେଳେ ଅନେକ ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସରେ କ୍ୱାଲିଫାଏ କରି ବିଭିନ୍ନ ଆଇଆଇଟି, ଏନଆଇଟି ଭଳି ସର୍ବଭାରତୀୟ ସମ୍ମାନଜନକ ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ଅଛନ୍ତି ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago