ମୟୁରଭଞ୍ଜ ଗସ୍ତରେ କିଟ୍ କିସ୍ ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତ

ମୟୁରଭଞ୍ଜ : ମୟୁରଭଞ୍ଜ ଗସ୍ତରେ କିଟ୍ କିସ୍ ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତ । ଏହି ଅବସରରେ ବାରିପଦା ବାଙ୍କିଶୋଳ ସ୍ଥିତ କିସ୍ ଆବାସିକ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି । ଏହା ସହ ଛାତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି । କିସ୍ ଆବାସିକ ବିଦ୍ୟାଳୟରେ ପ୍ରଥମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ୯୦୦ ଛାତ୍ରୀ ନିଶୁଳ୍କ ପାଠ ପଢୁଛନ୍ତି ।

ସମସ୍ତ ୯୦୦ ଛାତ୍ରୀଙ୍କ ସହ ମିଶିବା ସହ ଛାତ୍ରବୃତ୍ତି ପାଇଥିବା ତୃତୀୟ ଶ୍ରେଣୀର ୩ ଜଣ ଓ ପଞ୍ଚମ ଶ୍ରେଣୀର ୩ ଜଣ ଛାତ୍ରୀଙ୍କୁ ସମ୍ୱର୍ଦ୍ଧିତ କରିଛନ୍ତି ଡ଼ ଅଚ୍ୟୁତ ସାମନ୍ତ । ସମସ୍ତ ଛାତ୍ରୀଙ୍କ ପାଇଁ ଭୁବନେଶ୍ଵରରୁ ଆଣିଥିବା ସେଉ ଛାତ୍ରୀମାନଙ୍କୁ ପ୍ରଦାନ କରିଥିଲେ । ଛାତ୍ରୀମାନଙ୍କ ପାଠପଢା, ଖାଦ୍ୟପେୟ ଓ ହଷ୍ଟେଲ ସମ୍ପର୍କରେ ପଚାରି ବୁଝିଥିଲେ ।

ଏହା ପରେ କିସ୍ ଆବସିକ ବିଦ୍ୟାଳୟର ସମସ୍ତ କର୍ମଚାରୀମାନଙ୍କ ସହ ସ୍ଵତନ୍ତ୍ର ବୈଠକ କରିଥିଲେ ଡ. ଅଚ୍ୟୁତ ସାମନ୍ତ । ଆସନ୍ତା ବର୍ଷ ପ୍ରଥମ କରି ବାରିପଦା କିସ୍ ଆବାସିକ ବିଦ୍ୟାଳୟର ଛାତ୍ରୀମାନେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେବାକୁ ଯାଉଛନ୍ତି । ଭୁବନେଶ୍ଵର କିସ୍ ପରି କେମିତି ୧୦୦ ରେଜଲ୍ଟ ହେବ ଏବଂ ସର୍ବାଧିକ ପ୍ରଥମ ଶ୍ରେଣୀରେ ଛାତ୍ରୀମାନେ ଉର୍ତ୍ତୀର୍ଣ୍ଣ ହେବେ ସେନେଇ ସ୍ଵତନ୍ତ୍ର ଦୃଷ୍ଟିଦେବାକୁ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଡ଼ ସାମନ୍ତ । ଏହା ପରେ ବାଲେଶ୍ଵର ସ୍ଥିତ କିସ୍ ଆବାସିକ ବିଦ୍ୟାଳୟ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like