କେନ୍ଦୁଝରରେ ପ୍ରତିଷ୍ଠା ହେବ କିସ୍‌ ଶାଖା, ଘୋଷଣା କଲେ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ

କେନ୍ଦୁଝର (କେ ନ୍ୟୁଜ୍‌) : ଆଦିବାସୀଙ୍କ ସ୍ୱାର୍ଥ ରକ୍ଷା ଏବଂ ସେମାନଙ୍କ ଶିକ୍ଷାର ବିକାଶ ପାଇଁ କାମ କରୁଛି କଳିଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ ସାଇନସେସ୍‌ ‘କିସ୍‌’ । ଏହି କ୍ରମରେ କେନ୍ଦୁଝର ଜିଲ୍ଲାରେ ଖୁବ୍‌ ଶୀଘ୍ର କିସ୍‌ର ଏକ ଶାଖା ଖୋଲିବାକୁ ଯାଉଛି । ଏହି ଘୋଷଣା କରିଛନ୍ତି କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ । ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାରେ କିସ୍‌ ଶାଖାର ନିର୍ମାଣ କାମ ଆରମ୍ଭ ହୋଇଛି । ବର୍ଷକ ମଧ୍ୟରେ ଏହା ସମ୍ପୂର୍ଣ୍ଣ ହେବ ବୋଲି ଡ. ସାମନ୍ତ ସୂଚନା ଦେଇଛନ୍ତି । ସେହିପରି ରାଜ୍ୟର ବିଭିନ୍ନ ଜିଲ୍ଲାରେ ମଧ୍ୟ କିସ୍‌ର ଶାଖା ନିର୍ମାଣ ଜାରି ରହିଛି ।

KISS KEONJHAR-1
କେନ୍ଦୁଝର ଗସ୍ତରେ ଆସିଥିବା ବେଳେ ଡ. ସାମନ୍ତ ବିଭିନ୍ନ ଆଦିବାସୀ ଅଭିଭାବକଙ୍କ ସହିତ କିସ୍‌ ଶାଖା ପ୍ରତିଷ୍ଠା ସମ୍ପର୍କରେ ଆଲୋଚନା କରିଥିଲେ । ଏଥିପାଇଁ ସେ ସମସ୍ତଙ୍କ ସହଯୋଗ ମଧ୍ୟ ଲୋଡ଼ିଥିଲେ । ଭୁବନେଶ୍ୱର ସ୍ଥିତି କିସ୍‌ରେ ୨୭ ହଜାର ଜନଜାତି ଛାତ୍ର ଛାତ୍ରୀ ପାଠ ପଢୁଛନ୍ତି । କେବଳ କେନ୍ଦୁଝର ଜିଲ୍ଲାରୁ ପ୍ରତି ବର୍ଷ ୩୦୦୦ ଛାତ୍ର ଛାତ୍ରୀ ସେଠାକୁ ଯାଇ ଶିକ୍ଷା ଲାଭ କରୁଛନ୍ତି । ତେଣୁ ଏଠାରେ କିସ୍‌ ଶାଖା ହେଲେ ସେମାନଙ୍କ ପାଇଁ ଅନେକ ସୁବିଧା ହେବ ବୋଲି ମଳୟ ମହାପାତ୍ର କହିଛନ୍ତି । କେନ୍ଦୁଝରରେ କିସ୍‌ ଶାଖା ପ୍ରତିଷ୍ଠା ହେଉଥିବାରୁ ସ୍ଥାନୀୟ ଅଭିଭାବକ ସଂଘ ଖୁସି ପ୍ରକାଶ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.