ରାଜ୍ୟ

କିସ୍‌ ବିଶ୍ୱବିଦ୍ୟାଳୟର ପାଳିତ ହେଲା ୪ର୍ଥ ପ୍ରତିଷ୍ଠା ଦିବସ,କିସ୍‌ ବିଶ୍ୱର ଏକ ଅନନ୍ୟ ଓ ଅଦ୍ୱିତୀୟ ଅନୁଷ୍ଠାନ

କେନ୍ୟୁଜ୍(ବ୍ୟୁରୋ):  କିସ୍‌ ବିଶ୍ୱବିଦ୍ୟାଳୟର ୪ର୍ଥ ପ୍ରତିଷ୍ଠା ଦିବସ ପାଳିତ। ମୁଖ୍ୟ ଅତିଥି ଭାବେ କିସ୍‌ ଓ କିଟ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଯୋଗଦେଇ କିସ୍‌ ବିଶ୍ୱବିଦ୍ୟାଳୟ ଶିକ୍ଷା ସହ ଗବେଷଣା କ୍ଷେତ୍ରରେ ଯେଭଳି ଅଧିକରୁ ଅଧିକ କାର୍ଯ୍ୟ କରିପାରିବ ତା ଉପରେ ଗୁରୁତ୍ୱାରୋପ କରିଥିଲେ। କିସ୍‌ ଏବେ ସମଗ୍ର ବିଶ୍ୱରେ ଏକ ଖ୍ୟାତି ସମ୍ପନ୍ନ ଅନୁଷ୍ଠାନ ହୋଇପାରିଥିବା ବେଳେ ଏହା ଜରିଆରେ ବ୍ୟାପକ ଗବେଷଣାର ଆବଶ୍ୟକତା ରହିଛି ବୋଲି ଡ. ସାମନ୍ତ କହିଥିଲେ। କିସ୍‌ ବିଶ୍ୱବିଦ୍ୟାଳୟ ଏକ ସଫଳ ଅନୁଷ୍ଠାନ ହେବା ପଛରେ ଯେଉଁ ନିଷ୍ଠାପର ଉଦ୍ୟମ ରହିଛି ତାକୁ ଗବେଷଣା ଓ ଅନ୍ୟାନ୍ୟ ଜରିଆରେ ଆହୁରି ଆଗକୁ ନେବାକୁ ଡ. ସାମନ୍ତ ପରାମର୍ଶ ଦେଇଥିଲେ। ଏଥିରେ ଯୋଗ ଦେଇ କିଟ୍‌ ଓ କିସ୍‌ ସମ୍ପାଦକ ଆର ଏନ୍‌ ଦାଶ କହିଲେ, କିସ୍‌ ବିଶ୍ୱର ଏକ ଅନନ୍ୟ ଓ ଅଦ୍ୱିତୀୟ ଅନୁଷ୍ଠାନ। କିସ୍‌ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଦୀପକ ବେହେରା କହିଲେ, ଶିକ୍ଷା ଓ ଗବେଷଣାକୁ ଆଗକୁ ଆଗେଇ ନେବା ପାଇଁ କିସ୍‌ ବିଶ୍ୱବିଦ୍ୟାଳୟ ଖୁବ୍‌ କମ୍‌ ସମୟ ମଧ୍ୟରେ ବହୁ ଅନୁଷ୍ଠାନ ସହ ସହବନ୍ଧିତ ହୋଇସାରିଛି।

ଭବିଷ୍ୟତରେ ଆହୁରି ଅଧିକ ଅନୁଷ୍ଠାନ ସହ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ପାଇଁ ବୁଝାମଣା କରିବାକୁ ଯାଉଛି। ଏହା ସହିତ ବିଶ୍ୱବିଦ୍ୟାଳୟରେ ବିର୍ସା ମୁଣ୍ଡା ଓ ଲକ୍ଷ୍ମଣ ନାୟକଙ୍କ ଉପରେ ଦୁଇଟି ରିସର୍ଚ୍ଚ ଚେୟାର ପ୍ରତିଷ୍ଠା କରାଯାଇଥିବା କୁଳପତି ପ୍ରଫେସର ବେହେରା କହିଥିଲେ। କିଟ୍‌ ବିଶ୍ୱବିଦ୍ୟାଳୟର ଉପକୁଳପତି ପ୍ରଫେସର ସସ୍ମିତା ସାମନ୍ତ କହିଲେ, କିସ୍‌ ହେଉଛି ମାନବବାଦର ଏକ ନିଛକ ଉଦାହରଣ। ଆନ୍ତର୍ଜାତିକ ସ୍ତରରେ ପରିଚିତି ଲାଭ କରିଥିବା କିସ୍‌ ଶିକ୍ଷା ଜରିଆରେ ପରିବର୍ତ୍ତନର ଲକ୍ଷ୍ୟ ରହିଥିଲେ ମଧ୍ୟ ଏହାର ଦୃଷ୍ଟିକୋଣ ବିଶ୍ୱବ୍ୟାପକ।

ସେହିପରି ଉପକୁଳପତି ପ୍ରଫେସର ପୀତବାସ ସାହୁ କିସ୍‌ର ବିକାଶ ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି କହିଥିଲେ। କିସ୍‌ ବିଶ୍ୱବିଦ୍ୟାଳୟର ମହାନିର୍ଦ୍ଦେଶକ କାହ୍ନୁଚରଣ ମାହାଲି ଟ୍ରାଇବାଲ୍‌ ଆଡ୍‌ଭାଇଜରି କାଉନ୍‌ସିଲ୍‌ ଜରିଆରେ ଜନଜାତିଙ୍କ ଭାଷା, ସଂସ୍କୃତି ଓ ଐତିହ୍ୟ ଉପରେ ଗୁରୁତ୍ୱ ଦିଆଯିବ ବୋଲି କହିଥିଲେ। ଏହି ଅବସରରେ କିସ୍‌ ବିଶ୍ୱବିଦ୍ୟାଳୟ ପରିସରରେ ବିର୍ସା ମୁଣ୍ଡା ଓ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିକୁ ଡ. ସାମନ୍ତ ଉନ୍ମୋଚିତ କରିଥିଲେ। କିସ୍‌ ବିଶ୍ୱବିଦ୍ୟାଳୟର ରିସର୍ଚ୍ଚ ଚେୟାର ଦ୍ୱାରା ପ୍ରକାଶିତ ଫିଲୋସୋଫି ଅଫ୍‌ ଭୀମଭୋଇ ଆଣ୍ଡ ମହିମା ଧର୍ମ ଏବଂ ମନସ୍ୱୀ ଗୋପବନ୍ଧୁ: ଶିକ୍ଷା ଓ ସାହିତ୍ୟ ଆଦି ଦୁଇଟି ପୁସ୍ତକ ଉନ୍ମୋଚିତ ହୋଇଥିଲା। କିସ୍‌ ବିଶ୍ୱବିଦ୍ୟାଳୟର କୁଳସଚିବ ଡ. ପ୍ରଶାନ୍ତ ରାଉତରାୟ ସ୍ୱାଗତ ଭାଷଣ ଦେଇଥିବା ବେଳେ ଉପକୁଳସଚିବ ପ୍ରମୋଦ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ କିସ୍‌ର

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

5 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago