୧୪ ବିଶିଷ୍ଟ ବ୍ୟକ୍ତିଙ୍କୁ କିସ୍‌ ପକ୍ଷରୁ ପ୍ରଫେସର ଅଫ୍‌ ପ୍ରାକ୍ଟିସ୍‌ ଉପାଧି ପ୍ରଦାନ

କେନ୍ୟୁଜ୍ (ବ୍ୟୁରୋ): ନିଜ ଅଞ୍ଚଳରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଜନଜାତି ସଂପ୍ରଦାୟର ୧୪ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ କିସ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରଫେସର ଅଫ୍‌ ପ୍ରାକ୍ଟିସ୍‌ ଉପାଧୀ ପ୍ରଦାନ କରାଯାଇଛି । ସଙ୍ଗୀତ, ନୃତ୍ୟ, ଭାଷା, ଚିତ୍ର, ବେଶଭୂଷା ଆଦି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ହୋ, ଗଣ୍ଡ, ଗଡବା, ଡଙ୍ଗରିଆ କନ୍ଧ, ଶବର, ଜୁଆଙ୍ଗ, ବାଥୁଡି, ଓରାଓଁ, ବଣ୍ଡା, ସାନ୍ତାଳୀ, କିଶାନ, କୁଟିଆ କନ୍ଧ ଭଳି ଜନଜାତି ସଂପ୍ରଦାୟର ବିଶିଷ୍ଟ ବ୍ୟକ୍ତିଙ୍କୁ ଏହି ଉପାଧି ପ୍ରଦାନ କରାଯାଇଛି ।

କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ସେମାନଙ୍କୁ ଏହି ଉପାଧି ପ୍ରଦାନ କରିବା ସହ ଆଜି କିସ୍‌ ବିଶ୍‌ବିଦ୍ୟାଳୟର ଯଥାର୍ଥ ପ୍ରତିପାଦିତ ହୋଇ ପାରିଲା ବୋଲି କହିଥିଲେ । ଦୀର୍ଘ ୩୦ ବର୍ଷ ହେଲା କିସ୍‌ ଜନଜାତିଙ୍କ ସେବା କରି ଆସୁଛି । ଏହି ୧୪ ଜଣ ପ୍ରଫେସର ଅଫ୍‌ ପ୍ରାକ୍ଟିସ୍‌ ନିଜ ନିଜ ଜାତିର ଐତିହ୍ୟ, ପରମ୍ପରା ଓ ସଂସ୍କୃତି ଉପରେ ଗଭୀର ଜ୍ଞାନ ହାସଲ କରିଛନ୍ତି । ସେମାନେ ଆଜିଠାରୁ କିସରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ପରମ୍ପରା ଉପରେ ଶିକ୍ଷାଦାନ କରିବେ ବୋଲି ଡ. ସାମନ୍ତ କହିଥିଲେ ।

 

 

Leave A Reply

Your email address will not be published.