୨୦୨୨ରେ ଏକ ମର୍ମନ୍ତୁଦ ରାସ୍ତା ଦୁର୍ଘଟଣାର ସମ୍ମୁଖୀନ ହୋଇ ଶରୀରର ନିମ୍ନ ଅଂଶ ପକ୍ଷାଘାତରେ ଆକ୍ରାନ୍ତ ହୋଇଥିବା ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ୍ର କାଠଶିରି ଗ୍ରାମର ଦୁର୍ଯ୍ୟୋଧନ ପାତ୍ରଙ୍କ ପୁଅ ନନ୍ଦନଙ୍କ ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଛି କିସ୍ ଫାଉଣ୍ଡେସନ୍ । କଳିଙ୍ଗ ଟିଭିରେ ନନ୍ଦନଙ୍କ ସମ୍ପର୍କରେ ଖବର ପ୍ରସାର ହେବା ପରେ କିସ୍ ଫାଉଣ୍ଡେସନ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ନଜରକୁ ଆସିଥିଲା ।
ତୁରନ୍ତ ଡକ୍ଟର ସାମନ୍ତ ନିଜର ପ୍ରତିନିଧିଙ୍କୁ ପଠାଇ ନନ୍ଦନଙ୍କ ବିଷୟରେ ବୁଝିଥିଲେ ଓ ଚିକିତ୍ସା ବାବଦକୁ ମାସିକ ୫ହଜାର ଟଙ୍କା ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବା ପାଇଁ କିସ୍ ଫାଉଣ୍ଡେସନ୍କୁ ଅନୁରୋଧ କରିଥିଲେ । ଡକ୍ଟର ସାମନ୍ତଙ୍କ ଅନୁରୋଧ କ୍ରମେ କିସ୍ ଫାଉଣ୍ଡେସନ୍ ପକ୍ଷରୁ ନନ୍ଦନଙ୍କୁ ତୁରନ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ବିପଦ ସମୟରେ ସହାୟତାର ହାତ ବଢ଼ାଇଥିବାରୁ ନନ୍ଦନ ଏବଂ ତାଙ୍କ ପରିବାର କିସ୍ ଫାଉଣ୍ଡେସନ୍ ଓ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ।