କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ତଥା ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ଦିନିକିଆ କଳାହାଣ୍ଡି ଜିଲ୍ଲା ଗସ୍ତ, ପରିଦର୍ଶନ କଲେ ନିର୍ମାଣାଧୀନ କିସ୍‌ ଶାଖା

ଦିନିକିଆ କଳାହାଣ୍ଡି ଜିଲ୍ଲା ଗସ୍ତ କରିଛନ୍ତି କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ତଥା ସାଂସଦ ଡ. ଅଚ୍ୟୁତ ସାମନ୍ତ । ଭବାନୀପାଟଣା ସ୍ଥିତ ବାଦଲି ଗାଁରେ ନିର୍ମାଣାଧୀନ କିସ୍‌ ଶାଖା ପରିଦର୍ଶନ କରିଛନ୍ତି ଡ. ସାମନ୍ତ । ଏଠାରେ ଜିଲ୍ଲାର ହଜାରେ ଗରିବ ଆଦିବାସୀ ସଂପ୍ରଦାୟର ଛାତ୍ରଛାତ୍ରୀ ମାଗଣାରେ ଗୁଣାତ୍ମକ ଶିକ୍ଷାଲାଭ କରିପାରିବେ । ଧର୍ମଗଡ଼ ବିଧାୟକ ଓ ଲାଞ୍ଜିଗଡ଼ ବିଧାୟକ ଅନୁଷ୍ଠାନକୁ ୫ ଲକ୍ଷ ଟଙ୍କା ଲେଖାଏଁ ବିଧାୟକ ପାଣ୍ଠିରୁ ସହଯୋଗ କରିବାକୁ କହିଛନ୍ତି । ଏନେଇ ଦୁଇ ବିଧାୟକଙ୍କୁ ଧନ୍ୟବାଦ ଦେଇଛନ୍ତି ଡ. ସାମନ୍ତ । ଏହି ଅବସରରେ କିସ୍‌ରେ ପାଠ ପଢ଼ି ଚାକିରି କରୁଥିବା ଯୁବ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଭବାନୀପାଟଣା ସ୍ଥିତ ସର୍କିଟ୍‌ ହାଉସରେ ଡ. ସାମନ୍ତଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଦଳୀୟ କର୍ମକର୍ତ୍ତା । ଏହାପରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.