ଆଡପ ମଣ୍ଡପରେ ଶ୍ରୀ ଜୀଉଙ୍କୁ ଦର୍ଶନ କଲେ କିଟ୍ ଓ କିସ ପ୍ରତିଷ୍ଠାତା ଡ଼ଃ ଅଚ୍ୟୁତ ସାମନ୍ତ

ପୁରୀ : କିଟ୍ ଓ କିସ ପ୍ରତିଷ୍ଠାତା ତଥା କନ୍ଧମାଳ ପୂର୍ବତନ ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତ ଆଜି ପୁରୀ ଗସ୍ତ କରି ଆଡପ ମଣ୍ଡପରେ ଶ୍ରୀ ଜୀଉଙ୍କୁ ଦର୍ଶନ କରିଛନ୍ତି l ଏହା ସହ ଶ୍ରୀ ମନ୍ଦିର ଯାଇ ମା ମହା ଲକ୍ଷ୍ମୀ, ବଟ ଗଣେଶ,ବିମଳା ମନ୍ଦିର ସମେତ ବିଭିନ୍ନ ପାର୍ଶ୍ଵ ଦେବା ଦେବୀ ଙ୍କୁ ଦର୍ଶନ କରି ଶ୍ରୀ ମନ୍ଦିର ପରିକ୍ରମା କରିଥିଲେ l ମହାପ୍ରଭୁଙ୍କ ପବିତ୍ର ଘୋଷ ଯାତ୍ରା ଚାଲିଥିବାରୁ ଶ୍ରୀ ବିଗ୍ରହମାନେ ଗୁଣ୍ଡିଚା ମନ୍ଦି ରେ ବିରାଜିଛନ୍ତି l ଆଜି ଶ୍ରୀ ସାମନ୍ତ ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରି ଆଶିଷ ଲାଭ କରିଵା ସହ ସାଧୁ ସନ୍ଥଙ୍କୁ ଭେଟି ଭଲ ମନ୍ଦ ବୁଝିବା ସହ ଆଶ୍ରିବାଦ ଲାଭ କରିଛନ୍ତି l