କିସ୍ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା, ଆଉ ୫ ଜିଲ୍ଲାରେ ଘରୋଇ ଜମି କ୍ରୟ କରାଯାଇ ନିର୍ମାଣ କାର୍ଯ୍ୟ ଜାରି

ପୁରୀ: ଜନଜାତି ତଥା ଗରିବ ବର୍ଗର ପିଲାଙ୍କ ଶିକ୍ଷା ପାଇଁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କିସ୍ର ଶାଖାମାନ ଖୋଲାଯାଇଛି । କେତେକ ଜିଲ୍ଲାରେ ମଧ୍ୟ କିସ୍ର ଶାଖା କାର୍ଯ୍ୟ କରୁଛି । କଳାହାଣ୍ଡି, ବଲାଙ୍ଗୀର, ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝର ଆଦି ଜିଲ୍ଲାରେ କିସ୍ ଶାଖା ଖୋଲାଯାଇ ଗରିବ ପିଲାଙ୍କୁ ଶିକ୍ଷାଦାନ ଜାରି ରହିଛି । ସେହିପରି ବୌଦ୍ଧ, କନ୍ଧମାଳ, କୋରାପୁଟ, ନୟାଗଡ଼ ଓ ଗଞ୍ଜାମ ଆଦି ଜିଲ୍ଲାରେ ମଧ୍ୟ କିସ୍ ପକ୍ଷରୁ ଘରୋଇ ଜମି କ୍ରୟ କରାଯାଇ ନିର୍ମାଣ କାର୍ଯ୍ୟ ଜାରି ରହିଛି ।
ଏହି କ୍ରମରେ ପୁରୀ ଜିଲ୍ଲାରେ ମଧ୍ୟ କିସ୍ର ଏକ ଶାଖା ଖୋଲାଯିବା ପାଇଁ କିସ୍ ପକ୍ଷରୁ କୋଟିଏ ଟଙ୍କା ବ୍ୟୟରେ ନିୟମ ଅନୁସାରେ ଏକ ଘରୋଇ ଜମି କ୍ରୟ କରାଯାଇଛି । ତେବେ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ଓ ଗଣମାଧ୍ୟମ କିସ୍କୁ ବଦନାମ କରିବା ଉଦ୍ଦେଶ୍ୟରେ ଏହାର ଭୁଲ ପ୍ରସାରଣ କରିଥିବା ଦେଖାଯାଇଛି । ଏନେଇ କିସ୍ କର୍ତ୍ତୃପକ୍ଷ କ୍ଷୋଭ ପ୍ରକାଶ କରିବା ସହ ଏଭଳି କାର୍ଯ୍ୟକୁ ଘୋର ନିନ୍ଦା କରିଛନ୍ତି ।
ଉଦ୍ଦେଶ୍ୟମୂଳକ ଭାବେ କିସ୍କୁ ବଦନାମ କରାଯାଉଥିବା କିସ୍ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି । ଏହା ଦ୍ୱାରା କିସ୍ କର୍ତ୍ତୃପକ୍ଷଙ୍କ ମନୋବଳ ଭାଙ୍ଗିଯିବ ଓ କୌଣସି ଜିଲ୍ଲାରେ କିସ୍ର ଶାଖା ଖୋଲିବା ପାଇଁ ସେମାନେ ପ୍ରୟାସ କରିବେ ନାହିଁ । କିସ୍ର କୌଣସି ଶାଖା ପାଇଁ କିଣାଯାଇଥିବା ଜମି ସମ୍ପୂର୍ଣ୍ଣ ଆଇନ ଅନୁସାରେ କିଣାଯାଇଛି । କିସ୍କୁ ବଦନାମ କରିବା ପାଇଁ ଯେଉଁମାନେ ଏଭଳି ଉଦ୍ୟମ କରୁଛନ୍ତି ତାହା ଦ୍ୱାରା କିସ୍ର କୌଣସି କ୍ଷତି ହେଉ ନ ହେଉ ଲୋକଙ୍କ କ୍ଷତି ହେବା ନିଶ୍ଚିତ ବୋଲି କିସ୍ କର୍ତ୍ତୃପକ୍ଷ କହିଛନ୍ତି ।
Also read: ଭୁଲ ଖବର ପ୍ରସାରଣକୁ ନେଇ କ୍ଷୋଭ ପ୍ରକାଶ କଲେ କିସ୍ କର୍ତ୍ତୃପକ୍ଷ