ଗଜପତି: ମୋହନାରେ କିସ୍‌ ପକ୍ଷରୁ ଆୟୋଜିତ ହେଲା ଅଭିଭାବକ ସମ୍ମିଳନୀ, ପରିବେଶ ସୁରକ୍ଷା ନିମନ୍ତେ କରାଗଲା ବୃକ୍ଷ ରୋପଣ

ମୋହନା(କେନ୍ୟୁଜ୍): ଜନଜାତି ଛାତ୍ରଛାତ୍ରୀଙ୍କ ବିକାଶ ଦିଗରେ ନିରନ୍ତର କାର୍ଯ୍ୟ କରୁଥିବା କିସ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ଗଜପତି ଜିଲ୍ଲା ମୋହନାଠାରେ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପରିବେଶ ସୁରକ୍ଷା ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଗୋ ଗ୍ରୀନ୍‌ ଶୀର୍ଷକରେ ବୃକ୍ଷ ରୋପଣ କରାଯାଇଥିଲା । ମୋହନା ବିଡିଓ ବଂଶୀଧର ଖୋଇଲା ମୁଖ୍ୟ ଅତିଧି ଭାବେ ଯୋଗଦେଇଥିଲେ । ଆଦିବାସୀଙ୍କ ସ୍ୱାର୍ଥପାଇଁ କାର୍ଯ୍ୟ କରୁଥିବା ଏହି ଅନୁଷ୍ଠାନକୁ କିଭଳି ଅଧିକ ସୁରକ୍ଷା ଦିଆଯିବା ସହ ବଂଚାଇ ରଖାଯାଇପାରିବ ସେନେଇ ଆଲୋଚନା କରାଯାଇଥିଲା । ଏହା ସହ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କର ଏହି ପ୍ରୟାସକୁ ଭୂୟସୀ ପ୍ରଶଂସା କରାଯାଇଥିଲା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.