+୨ କଳାରେ କିସ୍‌ର ଶତପ୍ରତିଶତ ସଫଳତା, କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଜଣାଇଲେ ଶୁଭେଚ୍ଛା

କଳାରେ ରାଜ୍ୟର ପାସ୍‌ ହାର ୭୮.୮୮ ପ୍ରତିଶତ ରହିଥିବା ବେଳେ କିସ୍‌ର ପାସ ହାର ଶତ ପ୍ରତିଶତ ରହିଛି । କିସ୍‌ ଛାତ୍ରୀ ପୁଷ୍ପ ରାଣୀ ମୁର୍ମୁ ସର୍ବାଧିକ ୮୨ପ୍ରତିଶତ ନମ୍ବର ରଖି କଲେଜ ଟପ୍ପର ହୋଇଛନ୍ତି । ପୁଷ୍ପ ପଞ୍ଚମ ଶ୍ରେଣୀରୁ କିସ୍‌ରେ ପଢ଼ି ଆସୁଥିଲେ ।

କେନ୍ୟୁଜ୍(ବ୍ୟୁରୋ) ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ କଳା ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ କିସ୍‌ର ଛାତ୍ରଛାତ୍ରୀମାନେ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି । କଳାରେ ରାଜ୍ୟର ପାସ୍‌ ହାର ୭୮.୮୮ ପ୍ରତିଶତ ରହିଥିବା ବେଳେ କିସ୍‌ର ପାସ ହାର ଶତ ପ୍ରତିଶତ ରହିଛି । କିସ୍‌ ଛାତ୍ରୀ ପୁଷ୍ପ ରାଣୀ ମୁର୍ମୁ ସର୍ବାଧିକ ୮୨ପ୍ରତିଶତ ନମ୍ବର ରଖି କଲେଜ ଟପ୍ପର ହୋଇଛନ୍ତି । ପୁଷ୍ପ ପଞ୍ଚମ ଶ୍ରେଣୀରୁ କିସ୍‌ରେ ପଢ଼ି ଆସୁଥିଲେ ।

କିସ୍‌ର ୩୫ ପ୍ରତିଶତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ପାସ୍‌ କରିଥିବା ବେଳେ ଅଧିକାଂଶ ଛାତ୍ରଛାତ୍ରୀ ଦ୍ୱିତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି । ଏହି ଅବସରରେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ସମସ୍ତ ସଫଳ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ କିସ୍‌ର ଅଧ୍ୟାପକ ଅଧ୍ୟାପିକାଙ୍କ ନିୟମିତ ମାର୍ଗଦର୍ଶନ ଓ ଛାତ୍ରଛାତ୍ରୀଙ୍କ ପରିଶ୍ରମ ସେମାନଙ୍କୁ ସଫଳତା ଆଣି ଦେଇଛି ବୋଲି କହିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.