ଜାତୀୟ ଖୋ-ଖୋ କୋଚିଂ କ୍ୟାମ୍ପରେ କିସ ଛାତ୍ର, ୫ରୁ ୧୯ ପର୍ଯ୍ୟନ୍ତ ମହାରାଷ୍ଟ୍ରର ଦିଆଯିବ ତାଲିମ

କେନ୍ୟୁଜ୍(ବ୍ୟୁରୋ): ଚତୁର୍ଥ ଏସୀୟ ଖୋ-ଖୋ ଚାମ୍ପିଅନସିପ୍ ପାଇଁ ଅନୁଷ୍ଠିତ ହେବାକୁ ଥିବା ତାଲିମ ଶିବିରରେ ସ୍ଥାନ ପାଇଛନ୍ତି କିସ ଛାତ୍ର ଅର୍ଜୁନ ସିଂହ। ଜୁଲାଇ ୫ରୁ ୧୯ ପର୍ଯ୍ୟନ୍ତ ମହାରାଷ୍ଟ୍ରର ବାଲେୱାଡି ପୁନେସ୍ଥିତ ଶ୍ରୀ ଛତ୍ରପତି ଶିବାଜୀ କ୍ରୀଡ଼ା କମ୍ପ୍ଲେକ୍ସ ଅନୁଷ୍ଠିତ ହେବାକୁ ଥିବା ଏହି ତାଲିମ ଶିବିରରେ ଅର୍ଜୁନଙ୍କ ବ୍ୟତୀତ ଓଡିଶାର ଲିପୁନ୍ ମୁଖୀ, ଭାରତ କୁପ୍ରଦେଶ, ଜଗନ୍ନାଥ ଦାସ ଏବଂ ଜଗନ୍ନାଥ ମୁର୍ମୁ ମଧ୍ୟ ସ୍ଥାନ ପାଇଛନ୍ତି।

ଜାତୀୟ ଖୋ-ଖୋ ପୁରୁଷ ତାଲିମ ଶିବିର-୨୦୨୨କୁ ଖୋ-ଖୋ ଫେଡେରେସନ୍ ଅଫ୍ ଇଣ୍ଡିଆ (କେକେଏଫ୍ଆଇ) ପରିଚାଳନା କରୁଛି। କିଟ ଓ କିସ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଅର୍ଜୁନଙ୍କ ସମେତ ଅନ୍ୟ ଓଡିଆ ଖେଳାଳିଙ୍କୁ ଶୁଭେଛା ଜଣାଇଛନ୍ତି। ଏହି ଅବସରରେ ଓଡ଼ିଶା ଖୋ ଖୋ ଆସୋସିଏସନର ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର ମଧ୍ୟ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.