ଡାକ୍ତରୀ ପଡ଼ିବେ କିସ ଛାତ୍ରୀ ଲିନ୍ ସା, ଦାରିଙ୍ଗବାଡି ବ୍ଲକ ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଛାତ୍ରୀ

ଭୁବନେଶ୍ୱର : ଡାକ୍ତରୀ ପଡ଼ିବେ କିସ ଛାତ୍ରୀ ଲିନ୍ ସା । କିସ ଲାଇବ୍ରେରୀରୁ ବହି ଆଣି ପାଠପଢି ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବାଡାବାଙ୍ଗା ଗର୍ଜେଡ଼ି ଭଳି ଏକ ଉପାନ୍ତ ଗାଁର ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଛାତ୍ରୀ ଲିନ୍ ସା ପ୍ରଧାନ ଏବେ ଜଣେ ଡାକ୍ତରୀ ଛାତ୍ରୀ । ଚଳିତ ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସେ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ନାମ ଲେଖାଇଛନ୍ତି । ଲିନ୍ ସାଙ୍କ ପରିବାରରେ ବାପାମାଆ ଆଉ ୪ ଭାଇଭଉଣୀ । ଲିନସା ଦ୍ୱାଦଶ ପାସ କରିବା ପରେ ସ୍ନାତକ ପାଇଁ ଭୁବନେଶ୍ବରର କିସ୍ ଅନୁଷ୍ଠାନରେ ନାମ ଲେଖାଇଥିଲେ ।

ଏବେ ନିଜ ପରିଶ୍ରମରେ ନିଟ୍ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି । କିସ୍ ଅନୁଷ୍ଠାନର ସହାୟତାରେ ଆଜି ବଡ଼ ସଫଳତା ପାଇଥିବାରୁ ନିଜକୁ ଗର୍ବିତ ମନେକରୁଛନ୍ତି । ଦୁର୍ଗମ ଅଞ୍ଚଳରେ ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ସେ କିଭଳି ଜଣେ ଭଲ ଡାକ୍ତର ହୋଇ ବାହାରିବେ, ସେଥିପାଇଁ ଅଧିକା ପରିଶ୍ରମ କରିବେ ବୋଲି କହିଛନ୍ତି ଲିନ୍ ସା। ଏଥିପାଇଁ ସେ କିସ୍ ଓ କିଟ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ କୃତଜ୍ଞତା ସହ ଧନ୍ୟବାଦ ଜଣାଇଛନ୍ତି । ଏଥିସହ ପାଠପଢ଼ାରେ ସହଯୋଗ ପାଇଁ ସରକାର କିମ୍ବା କୌଣସି ବୋଦାନ ବ୍ୟକ୍ତିଙ୍କୁ ଆର୍ଥିକ ସହାୟତା ଲୋଡିଛନ୍ତି ଲିନ୍ ସା ଓ ତାଙ୍କ ପରିବାର।

You might also like
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।