କିସ୍ର ନବମ ଶ୍ରେଣୀ ଛାତ୍ରୀ ସେବତୀ ପାତ୍ର ପ୍ରକଳ୍ପ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସକୁ ମନୋନୀତ

ଭୁବନେଶ୍ୱର(କେନ୍ୟୁଜ୍) : କିସ୍ର ନବମ ଶ୍ରେଣୀ ଛାତ୍ରୀ ସେବତୀ ପାତ୍ର ପ୍ରକଳ୍ପ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସକୁ ମନୋନୀତ ହୋଇଛନ୍ତି । ନିକଟରେ ଭୁବନେଶ୍ୱରରେ ଶେଷ ହୋଇଥିବା ରାଜ୍ୟସ୍ତରୀୟ ଶିଶୁ ବିଜ୍ଞାନ କଂଗ୍ରେସରେ ସେବତୀଙ୍କ ପ୍ରକଳ୍ପ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସକୁ ମନୋନୀତ ହୋଇଛି । ‘ ଏ କେସ୍ ଅଫ୍ ରାନୁ ଆଣ୍ଡ ପାଚି’ ଶୀର୍ଷକ ଏହି ପ୍ରକଳ୍ପ ଜନଜାତି ଅଧ୍ୟୁଷିତ ବହୁଳ ଭାବେ ବ୍ୟବହୃତ ହାଣ୍ଡିଆ ଉପରେ ପର୍ୟ୍ୟବେଷିତ । ଜନଜାତି ଲୋକମାନେ ବହୁଳ ଭାବେ ହାଣ୍ଡିଆକୁ ବ୍ୟବହାର କରିଥାନ୍ତି । ଏହି ହାଣ୍ଡିଆ ପିଇବା ସେମାନଙ୍କ ପାଇଁ ହାନୀକାରକ ହୋଇଥାଏ ।
ହାଣ୍ଡିଆରେ କେତେକ ଔଷଧୀୟ ଗୁଳ୍ମର ଚେରମୂଳୀରୁ ପ୍ରସ୍ତୁତ ପାଚକକୁ ମିଶାଇଲେ ଏହା ସ୍ୱାସ୍ଥ୍ୟକାରକ ହୋଇପାରିବ । କିସ୍ର ବିଜ୍ଞାନ ଶିକ୍ଷୟତ୍ରୀ ବିଷ୍ଣୁପ୍ରିୟା ନାୟକ, ଚିନ୍ମୟୀ ସାହୁ ଓ ଶିକ୍ଷକ ଶ୍ରୀନିବାସ ମଲ୍ଲିକଙ୍କ ତତ୍ତ୍ୱାବଧାନରେ ସେବତୀ ତାଙ୍କର ଏହି ପ୍ରକଳ୍ପ ପ୍ରସ୍ତୁତ କରିଛନ୍ତି । କ୍ରମାଗତ ଭାବେ ୩ ବର୍ଷ ଧରି କିସ୍ ଛାତ୍ରଛାତ୍ରୀ ପ୍ରକଳ୍ପ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସକୁ ମନୋନୀତ ହୋଇଆସୁଛି । ଏହି ସଫଳତା ପାଇଁ କିଟ୍, କିସ୍ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ସେବତୀ ଓ ଗାଇଡ ଶିକ୍ଷକଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।