କିସ୍‌ରେ ହେବ ବିଶ୍ୱ ନୃବିଜ୍ଞାନ କଂଗ୍ରେସ-୨୦୨୩

ଭୁବନେଶ୍ୱର : ଭୁବନେଶ୍ୱର କିସ୍‌ରେ ଆୟୋଜିତ ହେବ ଓ୍ଵାର୍ଲଡ କଂଗ୍ରେସ ଫର ଆନ୍‌ଥ୍ରୋପୋଲୋଜି ବା ବିଶ୍ୱ ନୃବିଜ୍ଞାନ କଂଗ୍ରେସ-୨୦୨୩ । ଉତ୍କଳ ବିଶ୍ୱବିଦ୍ୟାଳୟ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ ସହଯୋଗରେ ଏହି କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ । ଏଥିରେ ୧୫୦ଟି ଦେଶରୁ ୧୦ ହଜାରରୁ ଅଧିକ ନୃତତତ୍ତ୍ୱବିତ୍‌, ଶିକ୍ଷାବିତ୍‌, ଗବେଷକ ଓ ପ୍ରତିନିଧି ଯୋଗଦେବାର କାର୍ୟ୍ୟକ୍ରମ ରହିଛି । ପ୍ରତି ୫ ବର୍ଷରେ ଥରେ ଏହି କଂଗ୍ରେସ ଆୟୋଜନ ହୋଇଥାଏ । ବିଶ୍ୱର ଏହି ସମ୍ମାନଜନକ କଂଗ୍ରେସ ଆୟୋଜନ ପାଇଁ ଗତ ୫ ବର୍ଷ ଧରି କିସ୍‌ ଉଦ୍ୟମ କରିଆସୁଥିଲା । ଦୀର୍ଘ ୪୫ ବର୍ଷ ପରେ ବିଶ୍ୱ ନୃବିଜ୍ଞାନ କଂଗ୍ରେସ ଭାରତରେ ଅନୁଷ୍ଠିତ ହେବ । ଏହି କଂଗ୍ରେସ ଆୟୋଜନ ପାଇଁ ଅଲିମ୍ପିକ୍‌, ଫିଫା ଓ ବିଶ୍ୱକପ୍‌ କ୍ରିକେଟ ପରି ବିଡିଂ କରାଯାଇଥାଏ ।

୨୦୧୪ରେ କିସ୍‌ ବିଡିଂରେ ଅଂଶଗ୍ରହଣ କରିଥିବା ବେଳେ ବ୍ରାଜିଲକୁ ଏହି ସୁଯୋଗ ମିଳିଥିଲା । ଗତ ୧୬ରୁ ୨୦ ତାରିଖ ପର୍ୟ୍ୟନ୍ତ ବ୍ରାଜିଲ୍‌ରେ ନୃବିଜ୍ଞାନ କଂଗ୍ରେସ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ଦେଶରୁ ୫ ହଜାରରୁ ଅଧିକ ନୃତତ୍ତ୍ୱବିତ୍‌ ଯୋଗଦେଇଥିଲେ । ଏଥିରେ କିସ୍‌କୁ ବିଶ୍ୱର ସର୍ବବୃହତ୍‌ ନୃବିଜ୍ଞାନ ପରୀକ୍ଷାଗାରର ଆଖ୍ୟା ଦିଆଯାଇଛି । ଏଥିପାଇଁ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଭୂୟସୀ ପ୍ରଶଂସା କରାଯିବା ସହ କିସ୍‌କୁ ସଂପୂର୍ଣ୍ଣ ସମର୍ଥନ ମିଳିଥିଲା । ଏହି କାର୍ୟ୍ୟକ୍ରମରେ ୨୦୨୩ ପାଇଁ ହୋଇଥିବା ଚୂଡାନ୍ତ ବିଡିଂ କିସ୍‌ ଓ କ୍ରୋଏସିଆ ମଧ୍ୟରେ ହୋଇଥିଲା । ଏଥିରେ କିସ୍‌କୁ ସର୍ବାଧିକ ୨୦୮୪ ଭୋଟ ମିଳିଥିବା ବେଳେ କ୍ରୋଏସିଆକୁ ମାତ୍ର ୮୯ଟି ଭୋଟ୍‌ ମିଳିଥିଲା ।

କିସ୍‌ରେ ଏହି କାର୍ୟ୍ୟକ୍ରମ କରିବା ପାଇଁ କିସ୍‌ କର୍ତ୍ତୃପକ୍ଷଙ୍କ ସମେତ ଉତ୍କଳ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଉଦ୍ୟମ କରିଥିଲେ । ଏଥିପାଇଁ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଦୀପକ କୁମାର ବେହେରାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଓଡ଼ିଶା ସରକାରଙ୍କୁ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି ଡକ୍ଟର ଅଚ୍ୟୁତ ସାମନ୍ତ ।

KNews Bureau

Recent Posts

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

9 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

24 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

35 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

45 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

2 hours ago