କିଟ୍‌ର ସିନ୍ଥେଟିକ୍‌ ହକି ଷ୍ଟାଡିୟମ୍‌: ୨୪ ନଭେମ୍ବରରୁ ଡିସେମ୍ବର ୫ ପର୍ଯ୍ୟନ୍ତ ହେବ FIH ଓଡ଼ିଶା ପୁରୁଷ ଜୁନିୟର ହକି ବିଶ୍ୱକପ

ଭୁବନେଶ୍ୱର (କେନ୍ୟୁଜ): କିଟ୍‌ର ଅତ୍ୟାଧୁନିକ ସିନ୍ଥେଟିକ୍‌ ହକି ଷ୍ଟାଡିୟମ୍‌ ଚଳଚଞ୍ଚଳ ହୋଇଉଠିଛି । ଭୁବନେଶ୍ୱରରେ ଅନୁଷ୍ଠିତ ହେଉଛି FIH ଓଡ଼ିଶା ପୁରୁଷ ଜୁନିୟର ହକି ବିଶ୍ୱକପ ୨୦୨୧ । ୨୪ ନଭେମ୍ବରରୁ ଡିସେମ୍ବର ୫ ପର୍ଯ୍ୟନ୍ତ ହେବାକୁ ଥିବା ଏହି ବିଶ୍ୱକପ ପାଇଁ ଖେଳାଳିମାନେ କିଟ୍‌ ଷ୍ଟାଡିୟମରେ ଅଭ୍ୟାସ କରିବେ । ଭାରତ, ଚିଲି, ଆର୍ଜେଣ୍ଟିନା, ବେଲଜିୟମ, ମାଲେସିଆ ନେଦରଲାଣ୍ଡ, ପୋଲାଣ୍ଡ, ଫ୍ରାନ୍ସ ଭଳି ଦେଶ ଭାଗ ନେଉଛନ୍ତି ।

୧୬ଟି ଦେଶର ଖେଳାଳି ଭୁବନେଶ୍ୱରରେ ପହଞ୍ଚି ସାରିଛନ୍ତି । କିଟ୍‌ ଷ୍ଟାଡିୟମରେ ସେମାନେ ଅଭ୍ୟାସ କରିବେ । ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପରାମର୍ଶରେ କିଟ୍‌ ଷ୍ଟାଡିୟମରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସକାଳ ୬ରୁ ରାତି ୧୦ଟା ପର୍ଯ୍ୟନ୍ତ ନିୟମିତ ସାନିଟାଇଜ୍‌ କରାଯିବା ସହ ୧୦୦୦ ଲକ୍ସ ବିଶିଷ୍ଟ ଉଜ୍ଜ୍ୱଳ ଫ୍ଲଡ ଲାଇଟ ବ୍ୟବସ୍ଥା କରାଯାଇଛି । କୋଭିଡ କଟକଣା ମଧ୍ୟରେ ସମସ୍ତ ବ୍ୟବସ୍ଥା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.