ସୀମା ଲଙ୍ଘୁଛି ଓଟିଭି : ଚକ୍ରାନ୍ତମୂଳକ ଖବର ବିରୋଧରେ ରାଜ୍ୟବ୍ୟାପୀ ପ୍ରତିକ୍ରିୟା

ଭୁବନେଶ୍ବର : ଦେଶର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ କିଟ୍ ଓ କିସ୍ ସମ୍ପର୍କରେ ଓଟିଭିର ଚକ୍ରାନ୍ତମୂଳକ ଖବର ପରିବେଷଣ ବିରୋଧରେ ରାଜ୍ୟବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ରାଜନେତା, ବୁଦ୍ଧିଜୀବୀ ଓ ସାମ୍ବାଦିକଙ୍କ ସମେତ ସବୁବର୍ଗର ଲୋକ ଓଟିଭିକୁ ତୀବ୍ର ସମାଲୋଚନା କରିଛନ୍ତି। ସେମାନେ କହିଛନ୍ତି, ଖବର ସଂଗ୍ରହ ଓ ଆକ୍ରୋଶମୂଳକ ଖବର ପରିବେଷଣରେ ଓଟିଭି ସୀମା ଲଂଘନ କରିଛି। ବିଭ୍ରାନ୍ତିକର ଖବର ପରିବେଷଣ କରି କିସ୍ ଓ କିଟର ମର୍ୟ୍ୟାଦା ହାନି କରିବାର ଉଦ୍ୟମ କରୁଛି ଓଟିଭି। କିସର ୨୭ ହଜାର ଜନଜାତି ଛାତ୍ରଛାତ୍ରୀଙ୍କ ପାଠପଢ଼ା ବନ୍ଦ କରିବା ପାଇଁ ଓଟିଭି ହୀନ ଚକ୍ରାନ୍ତ କରୁଛି।

ଖବର ସଂଗ୍ରହ ନାଁରେ କେତେକ ଅସାମାଜିକ ଯୁବକ ଓ ଅପରାଧୀଙ୍କୁ ନେଇ ଓଟିଭି ପ୍ରତିନିଧି ବିନା ଅନୁମତିରେ କିଟ୍ କ୍ୟାମ୍ପସରେ ପଶି ଗଣ୍ଡଗୋଳ କରିବାକୁ ପଛାଇନାହାଁନ୍ତି। ଗତକାଲି ଏପରି ଘଟଣା ଘଟିବା ପରେ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବିଭିନ୍ନ ସ୍ଥାନରେ ଲୋକମାନେ ଓଟିଭିକୁ ବର୍ଜନ କରିଛନ୍ତି । ମିଛ, ଭିତ୍ତିହିନ ଓ ଚକ୍ରାନ୍ତମୂଳକ ଖବର ପ୍ରସାରଣରୁ ଓଟିଭି ବିରତ ରହିବା ପାଇଁ ରାଜନେତା, ବୁଦ୍ଧିଜୀବୀ, ସମ୍ବାଦିକ ଓ ସବୁବର୍ଗର ଲୋକ ପରାମର୍ଶ ଦେଇଛନ୍ତି । ଏଭଳି ଆଭିମୁଖ୍ୟକୁ ସମାଲୋଚନା କରି କଟକ ଜିଲ୍ଲା ସାଲେପୁର ବ୍ଲକ ବାରିହନ୍ତା ଗାଁ ଲୋକ ଓଟିଭିକୁ ବର୍ଜନ କରିଛନ୍ତି। ଓଟିଭିର ଏପରି ହୀନ ଚକ୍ରାନ୍ତ ବିରୋଧରେ ଓଡ଼ିଶାବାସୀଙ୍କୁ ଏକଜୁଟ୍ ହେବାକୁ ସେମାନେ ଆହ୍ଵାନ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.