ଓ୍ଵାଇଏସଆର କଂଗ୍ରେସ ମୁଖ୍ୟଙ୍କୁ ଛୁରାମାଡ଼

ବିଶାଖାପାଟଣା (କେନ୍ଯୁଜ୍) :ଓ୍ଵାଏସ୍ଆର୍ କଂଗ୍ରେସ ମୁଖ୍ୟ ଜଗମୋହନ ରେଡ୍ଡିଙ୍କୁ ଛୁରାମାଡ଼ । ବିଶାଖାପାଟଣା ଏୟାରପୋର୍ଟରେ ତାଙ୍କ ଉପରକୁ ଆକ୍ରମଣ ହୋଇଛି । ତେବେ ତାଙ୍କର ବେଶୀ କ୍ଷତି ହୋଇ ନାହିଁ । ତାଙ୍କ ହାତରେ ସାମାନ୍ୟ ଆଘାତ ଲାଗିଛି । ବିଶାଖାପାଟଣା ଏୟାରପୋର୍ଟରୁ ହାଇଦ୍ରାବାଦ ଯାଉଥିବା ବେଳେ ବିମାନବନ୍ଦରରେ ଜଣେ ଯୁବକ ହଠାତ୍ ଆକ୍ରମଣ କରିଥିଲା । ତା ନାଁ ଶ୍ରୀନିବାସ । ଭିଆଇପି ଲାଉଞ୍ଜ ନିକଟରେ ତାଙ୍କ ଉପରକୁ ଆକ୍ରମଣ କରିଥିଲା ଯୁବକ । ତେବେ କାରଣ ଅସ୍ପଷ୍ଟ ରହିଛି । ଅଭିଯୁକ୍ତକୁ ଗିରଫ କରି ପଚରାଉଚରା କରାଯାଉଥିବା ବେଳେ ଜବତ ହୋଇଛି ମାରଣାସ୍ତ୍ର ।