ଆସିଲା ଅଗଷ୍ଟ ମାସର ଗାଇଡଲାଇନ, ନଜର ପକାନ୍ତୁ କେଉଁ କଟକଣା ହଟିଲା

କେନ୍ୟୁଜ୍(ବ୍ୟୁରୋ):  ଆସିଲା ଅଗଷ୍ଟମାସ ଗାଇଡଲାଇନ। ସବୁ ଦିଗକୁ  ଲକ୍ଷ୍ୟ କରି ରାଜ୍ୟ ସରକାର କେହାଳ କରିଛନ୍ତି କଟକଣା। ତେବେ କଣ କଣ  ଖୋଲିବ ଓ କଣ ରହିବ କଟକଣା ନଜର ପକାନ୍ତୁ।

ସାରା ରାଜ୍ୟରେ  ସିନେମା ହଲ,ପାର୍କ, ସମୁଦ୍ରକୂଳ, ମଲ୍ ଓ ବଡ଼ ବଡ଼ ବ୍ୟକସାୟିକ ପ୍ରତିଷ୍ଠାନ ଇତ୍ୟାଦି ଖୋଲିବ । ସେହିପରି ଯାତ୍ରା ରଙ୍ଗମଞ୍ଚ ୫୦ ପ୍ରତିଶତ ଦର୍ଶକରେ ଚାଲିପରିବ । ଫିଲ୍ମ ହଲ ଓ ଅନ୍ୟାନ ଆବଦ୍ଧ ହଲ ୫୦ ପ୍ରତିଶତ ଦର୍ଶକରେ ଖୋଲି ପାରିବ। ତେବେ କରୋନା ଗାଇଡ଼ ଲାଇନକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶନାମାରେ କୁହାଯାଇଛି।

  • କୋଭିଡ୍‌ କଟକଣାରେ ଖୋଲିବ ଧର୍ମାନୁଷ୍ଠାନ
  •  ଅଗଷ୍ଟ ମାସରେ ସାରା ରାଜ୍ୟରେ ଅନଲକ୍‌ ପ୍ରକ୍ରିୟା ଜାରି ରହିବ
  • ସାରା ରାଜ୍ୟରେ ରାତି ୮ଟାରୁ ସକାଳ ୬ଟା ନାଇଟ୍‌ କର୍ଫ୍ୟୁ
  • ଭୁବନେଶ୍ୱର, କଟକ ଓ ପୁରୀ ସହରରେ ସପ୍ତାହାନ୍ତ ସଟଡାଉନ୍‌
  • ସପ୍ତାହାନ୍ତ ସଟଡାଉନ୍‌ ବେଳେ ଅତ୍ୟାବଶ୍ୟକ ସେବା ଜାରି ରହିବ
  • ସାରା ରାଜ୍ୟରେ ଦୋକାନ ବଜାର ଓ ମଲ୍‌ ଖୋଲିବ
  • ଧାର୍ମିକ, ରାଜନୈତିକ ଓ ସାମାଜିିକ ସମାବେଶ ହେବ ନାହିଁ
  • ପ୍ରଦର୍ଶନୀ, ମେଳା ମହୋତ୍ସବ ଆୟୋଜନ ବାରଣ
  • ଅଗଷ୍ଟରେ ପାର୍କ, ବିଚ୍‌ ଖୋଲା ରହିବ
  • ପାର୍କ ଓ ବିଚ୍‌ରେ କୋଭିଡ୍‌ ଗାଇଡଲାଇନ୍‌ ମାନିବେ
  • ଆହାର କେନ୍ଦ୍ର ଖୋଲା ରହିବ
  • ସିନେମା ହଲ୍‌ ୫୦ ପ୍ରତିଶତ କ୍ଷମତାରେ ଖୋଲିବ
  • ମଲ୍‌ରେ କୋଭିଡ୍‌ ଗାଇଡଲାଇନ୍‌ ମାନିବେ
  • ସୀମିତ ସଂଖ୍ୟକ ଗ୍ରାହକଙ୍କୁ ନେଇ ମଲ୍‌ ଖୋଲିବ
  • ରେସ୍ତୋରାଁ, ବାର୍‌, ହୋଟେଲ୍‌ ୫୦% କ୍ଷମତା ସହ ଖୋଲିବ
  • ସିନେମା ହଲ୍‌, ଥିଏଟର, ନାଟ୍ୟଶାଳା, ସମ୍ମିଳନୀ କକ୍ଷ ୫୦% କ୍ଷମତା ସହ ଖୋଲିବ
  • ସିନେମା ହଲ୍‌, ଥିଏଟର, ହୋଟେଲ, ରେସ୍ତୋରାଁ, ବାର୍‌ ମାଲିକ କୋଭିଡ୍‌ ନିୟମ ପାଳନ ସୁନିଶ୍ଚିତ କରିବେ
  • ଭୁବନେଶ୍ୱର, କଟକ ଓ ପୁରୀ ସହରରେ ହୋଟେଲ୍‌, ମଲ୍‌,ବାର୍‌, ଢାବାରେ ପ୍ରବେଶ ପାଇଁ ପ୍ରାପ୍ତ ବୟସ୍କଙ୍କୁ କୋଭିଡ୍‌ ଟିକାକରଣ ସାର୍ଟିଫିକେଟ୍‌ ବାଧ୍ୟତାମୂଳକ
  • ମନ୍ଦିର ଖୋଲିବା ନିଷ୍ପତ୍ତି ଜିଲ୍ଲାପାଳଙ୍କ ହାତରେ
  • ପୁରୀ ଓ ଲିଙ୍ଗରାଜ ମନ୍ଦିର ପାଇଁ ପରିଚାଳନା କମିଟି ନେବେ ନିଷ୍ପତ୍ତି
  • ସେପ୍ଟେମ୍ବର ୧ ଯାଏ ବଳବତ୍ତର ରହିବ ଏହି ଗାଇଡ୍‌ଲାଇନ୍‌

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.