ରାଜ୍ୟ

BSKY ନବୀନ କାର୍ଡ: ଜାଣନ୍ତୁ କେମିତି କରିବେ ଆବେଦନ, କିଏ ହେବେ ଉପକୃତ?

ଭୁବନେଶ୍ୱର (କେନ୍ୟୁଜ): ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା-ନବୀନ କାର୍ଡ ପାଇଁ ଗତକାଲିଠୁ ଆରମ୍ଭ ହେବ ଆବେଦନ ଓ ପଞ୍ଜିକରଣ । ଏହା ଆସନ୍ତା ୧୬ ତାରିଖ ଯାଏ ଚାଲିବ । ରାଜ୍ୟର ସବୁ ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ପର୍ଯ୍ୟାୟକ୍ରମେ ସଂପ୍ରସାରିତ କରାଯାଉଛି । ଏବେ BSKY ଯୋଜନାର ତୃତୀୟ ପର୍ଯ୍ୟାୟ ଆରମ୍ଭ ହେଉଛି ।

ଏହି ପର୍ଯ୍ୟାୟରେ BSKYରୁ ବଞ୍ଚିତ ଗ୍ରାମାଞ୍ଚଳର ଲୋକଙ୍କୁ ଜଟିଳ ରୋଗ ପାଇଁ ଘରୋଇ ହସ୍ପିଟାଲ ଗୁଡିକରେ କ୍ୟାସଲେସ୍ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ । କେବଳ ସରକାରୀ କର୍ମଚାରୀ ଏବଂ ଆୟକରଦାତାଙ୍କୁ ବାଦ୍ ଦେଇ ଗ୍ରାମାଞ୍ଚଳର ସବୁ ପରିବାର, ଯେଉଁମାନେ ବର୍ତ୍ତମାନ BSKYରେ ନାହାନ୍ତି, ସେମାନେ ଏହି ନୂଆ ଯୋଜନାରେ ସାମିଲ ହେବେ । ସେମାନେ ସମସ୍ତେ ନୂଆ BSKY-ନବୀନ କାର୍ଡ ପାଇବେ ।

ଉଭୟ ରାଜ୍ୟ ଭିତରେ ଓ ବାହାରେ ସବୁ ପଞ୍ଜିକୃତ ଘରୋଇ ହସ୍ପିଟାଲ ଗୁଡିକରେ ନିର୍ଦ୍ଧାରିତ ଜଟିଳ ରୋଗ ଗୁଡିକର ଚିକିତ୍ସା ସୁବିଧା ପାଇବେ । ଏହି ତୃତୀୟ ପର୍ଯ୍ୟାୟ ସଂପ୍ରସାରଣରେ ରାଜ୍ୟର ୧ କୋଟି ୧୦ ଲକ୍ଷରୁ ଅଧିକ ପରିବାର, ଯାହାକି ଲୋକସଂଖ୍ୟାର ପ୍ରାୟ ୯୦ ପ୍ରତିଶତ ସାମିଲ ହେବେ । ପରବର୍ତ୍ତୀ ସମୟରେ ପର୍ଯ୍ୟାୟକ୍ରମେ ସହରାଞ୍ଚଳ ବାସିନ୍ଦା ଓ ସରକାରୀ କର୍ମଚାରୀ ଏଥିରେ ସାମିଲ ହେବେ ବୋଲି କଟକରେ ଏକ ସମାବେଶର ଯୋଗଦେଇ ଫାଇଭଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଘୋଷଣା କରିଛନ୍ତି ।

କେମିତି କରିବେ ଆବେଦନ?

www.bskynabin.odisha.gov.in ଜରିଆରେ କରିବେ ଆବେଦନ ।
ପାଖରେ ରାସନକାର୍ଡ ନଥିଲେ ମଧ୍ୟ କାର୍ଡ ପାଇଁ ଆବେଦନ କରିପାରିବେ ।
ମୋ ସେବା କେନ୍ଦ୍ରରେ ବିନା ଦେୟରେ କରିପାରିବେ ଆବେଦନ ।
ଅଫଲାଇନ୍ ଦରଖାସ୍ତ ଗ୍ରହଣ କରାଯିବାର ବ୍ୟବସ୍ଥା ନାହିଁ ।

କିଏ ହେବେ ଉପକୃତ ?

ସରକାରୀ ବିଜ୍ଞପ୍ତି ଅନୁଯାୟୀ, BSKY ନବୀନ୍ କାର୍ଡ ଅନୁଯାୟୀ ପଞ୍ଜୀକରଣ ପାଇଁ ଯୋଗ୍ୟତା ହାସଲ କରିବାକୁ ପରିବାରର ସମସ୍ତ ସଦସ୍ୟ ନିମ୍ନଲିଖିତ ମାନଦଣ୍ଡ ପୂରଣ କରିବା ଆବଶ୍ୟକ:

-ଗ୍ରାମାଞ୍ଚଳରେ ବାସ କରିବା
-୨୦୨୨-୨୩ ଆର୍ଥିକ ବର୍ଷରେ ପରିବାର କୌଣସି ସଦସ୍ୟ ଆୟକରଦାତା ହୋଇନଥିବେ ।
-କୌଣସି ପରିବାର ସଦସ୍ୟ ନିୟମିତ ସରକାରୀ କର୍ମଚାରୀ କିମ୍ବା ସରକାରୀ ପେନସନଭୋଗୀ ହୋଇନଥିବେ ।
-କୌଣସି ପରିବାର ସଦସ୍ୟ BSKY ହିତାଧିକାରୀ /ରାସନ କାର୍ଡ ଧାରକର ଅଂଶ ହୋଇନଥିବେ ।

ପଞ୍ଜୀକରଣ ପାଇଁ ଆବଶ୍ୟକ ଡକ୍ୟୁମେଣ୍ଟ:

-‘ହେଡ୍ ଅଫ୍ ଫ୍ୟାମିଲି’ (HoF) ନାମରେ ପଞ୍ଜୀକରଣ କରାଯିବା ଉଚିତ୍।
-୧୮ ବର୍ଷରୁ ଅଧିକ କୌଣସି ସଦସ୍ୟ ପରିବାର ପକ୍ଷରୁ BSKY-ନବୀନ କାର୍ଡ ଯୋଜନା ପାଇଁ ଆବେଦନ କରିପାରିବେ।
-ଆବେଦନକାରୀଙ୍କର ଆଧାର କାର୍ଡ ଏକ ଆକ୍ଟିଭ୍ ମୋବାଇଲ୍ ନମ୍ବର ସହିତ ଲିଙ୍କ୍ ହୋଇଥିବା ଆବଶ୍ୟକ ।
-ଆବେଦନକାରୀଙ୍କ ପାଇଁ ଆଧାର ଆଧାରିତ e- KYC ବାଧ୍ୟତାମୂଳକ ଅଟେ ।
-୧୮ ବର୍ଷରୁ ଅଧିକ ପରିବାରର ସମସ୍ତ ସଦସ୍ୟଙ୍କ ଭୋଟର କାର୍ଡ ।
-ଗୁରୁତ୍ୱପୂର୍ଣ୍ଣ ଯୋଗାଯୋଗ ଗ୍ରହଣ କରିବାକୁ ଆବେଦନକାରୀ ଏବଂ ହେଡ୍ ଅଫ୍ ଫ୍ୟାମିଲିଙ୍କର ମୋବାଇଲ୍ ନମ୍ବର ଥିବା ଆବଶ୍ୟକ।
ଆବେଦନକାରୀଙ୍କ ବର୍ତ୍ତମାନର ଫଟୋଗ୍ରାଫ୍ ।
-୫ ବର୍ଷରୁ କମ୍ ପିଲାମାନଙ୍କ ସମେତ ପରିବାର ସମସ୍ତ ସଦସ୍ୟଙ୍କ ଆଧାର କାର୍ଡ ।
-ଯଦି ପାଞ୍ଚ ବର୍ଷରୁ କମ୍ ପିଲାମାନଙ୍କର ଆଧାର କାର୍ଡ ନାହିଁ , ତେବେ ଜୁନ୍୩୦, ୨୦୨୪ ସୁଦ୍ଧା ଆଧାର କାର୍ଡ ନମ୍ବର ଦାଖଲ କରିବାକୁ ପଡିବ ।

କେବେ କରିବେ ଆବେଦନ :

www.bskynabin.odisha.gov.in ରେ ପଞ୍ଜୀକରଣ ପୋର୍ଟାଲ ଜାନୁୟାରୀ ୬ରୁ ଜାନୁୟାରୀ ୧୬, ୨୦୨୪ ପର୍ଯ୍ୟନ୍ତ ଖୋଲା ରହିବ ।
ଏଠାରେ ସୂଚନା ଥାଉଯେ, BSKY ନବିନ କାର୍ଡ ଧାରକମାନେ ମେ ୧, ୨୦୨୪ ରୁ କାର୍ଯ୍ୟକ୍ଷମ ଥିବା ଘରୋଇ ଡାକ୍ତରଖାନାଗୁଡ଼ିକରେ କେତେକ ଗୁରୁତର ରୋଗ ପାଇଁ ବିନା ଟଙ୍କା ପୈଠ କରି ଚିକିତ୍ସା ପାଇପାରିବେ । BSKY କାର୍ଡ, ଉଭୟ ଗୁରୁତର ଏବଂ ଅଳ୍ପ-ଗୁରୁତର ରୋଗଙ୍କ ପାଇଁ ସହାୟକ ହେବ । ଏହାସହ BSKY ଯୋଜନା ପର୍ଯ୍ୟାୟକ୍ରମେ ବିସ୍ତାର କରାଯାଉଛି ଯାହା ଦ୍ୱାରା ଠିକ ସମୟରେ ସେବା ଦେବା ସହିତ ସରକାରୀ ତଥା ବେସରକାରୀ ସ୍ୱାସ୍ଥ୍ୟ ସୁବିଧା ଗୁଡ଼ିକର ଉପଯୁକ୍ତ ଉପଯୋଗ ହୋଇପାରିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି ।

Sonalisa

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

14 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

16 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

23 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

32 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

32 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

49 mins ago