ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ, ଜୁଲାଇରେ କଣ ରହିବ ରଣନୀତି ଜାଣନ୍ତୁ

କେନ୍ୟୁଜ୍(ବ୍ୟୁରୋ):  ତିନି ଦିନ ପରେ ରାଜ୍ୟରେ ସରୁଛି ଆଂଶିକ ଲକଡାଉନ୍‌ । ଜୁଲାଇରେ କଣ ରହିବ ରଣନୀତି ? ମେ ୫ରୁ ତିନିଟି ପର୍ଯ୍ୟାୟରେ ସମ୍ପୂର୍ଣ୍ଣ ଲକଡାଉନ୍‌ ଓ ଜୁନ୍‌ ୧୭ରୁ ଆଂଶିକ ଲକଡାଉନ୍‌ରେ ଅଛି ଓଡ଼ିଶା । ୫୦ରୁ ଅଧିକ ଦିନ ଲକଡାଉନ୍‌ ଜୀବନ ଜୀବିକା ଉପରେ ପ୍ରଭାବ ପକାଇଥିବା ବେଳେ ୧ରୁ ରାଜ୍ୟ ସରକାର କଣ କରିବେ ? ଆଉ କେଉଁ ଜିଲ୍ଲାରୁ ହଟିବ କଟକଣା ? ବିଚାରବିମର୍ଶ ଚାଲିଛି । ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ । ଜୁନ୍‌ ୧୬ରେ ବିଭିନ୍ନ ଜିଲ୍ଲାକୁ କାଟାଗୋରୀ-A ଓ କାଟାଗୋରୀ-Bରେ ବିଭକ୍ତ କରିଥିଲେ ସରକାର । ଏହାରି ଭିତରେ ୨୦ ଜିଲ୍ଲା ଆକ୍ଟିଭ୍‌ କେସ୍‌ ଗ୍ରୀନ ଜୋନରେ ଅଛି ।

ଜୁଲାଇରେ କାଟାଗୋରୀ-Bରେ ଥିବା ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, କେନ୍ଦ୍ରାପଡ଼ା ଜିଲ୍ଲା କାଟାଗୋରୀ-Aରେ ସାମିଲ ହୋଇପାରେ । କାରଣ ଜୁନ୍‌ ୧୬ ପରେ ଏସବୁ ଜିଲ୍ଲାରେ ସଂକ୍ରମଣ ହାର କମିଛି । କାଟାଗୋରୀ-Aରେ ଥିବା ଜିଲ୍ଲାରେ ଦୋକାନ ବଜାର ଖୋଲିବା ସମୟ ସୀମା ବୃଦ୍ଧି କରି ପାରନ୍ତି ସରକାର । ରାତି ୮-୯ଯାଏ ଦୋକାନ ଖୋଲିବାକୁ ଅନୁମତି ମିଳିପାରେ । ପୂର୍ବରୁ କାଟୋଗୋରୀ-Aରେ ଥିବା ୧୭ ଜିଲ୍ଲାରୁ ସପ୍ତାହାନ୍ତ ସଟଡାଉନ୍‌ ଉଠାଇ ଦେଇପାରନ୍ତି ସରକାର । ସେସବୁ ଜିଲ୍ଲାରେ ନାଇଟ୍‌ କର୍ଫ୍ୟୁ ସୀମାକୁ ବଢ଼ାଯାଇପାରେ । କିନ୍ତୁ କାଟାଗୋରୀ-B ଜିଲ୍ଲାଗୁଡ଼ିକରେ ବଳବତ୍ତର ରହିପାରେ ସପ୍ତାହାନ୍ତ ସଟଡାଉନ୍‌ ଓ ନାଇଟ୍‌ କର୍ଫ୍ୟୁ ।

ସଂକ୍ରମଣ ହାର ଓ ଜୁନ୍‌ ୧୬ ପରଠୁ ସ୍ଥିତି ଅନୁଧ୍ୟାନ ପରେ ଦୋକାନ ବଜାର ଖୋଲିବା ସମୟସୀମା ବୃଦ୍ଧି ନେଇ ନିଷ୍ପତ୍ତି ନେଇପାରନ୍ତି ସରକାର । ତେବେ ଜୁଲାଇରେ ଭୁବନେଶ୍ୱର ଓ କଟକ ପାଇଁ ମୁକାବିଲା ରଣନୀତି ସମାନ ରହିବ । ଆଗକୁ ପୁରୀରେ ରଥଯାତ୍ରା ଥିବାରୁ କଟକଣା କୋହଳ କରି ନପାରନ୍ତି ସରକାର । ମୋଟାମୋଟି ଭାବରେ ଜୁଲାଇରେ ଖୋର୍ଦ୍ଧା, କଟକ, ପୁରୀ, ଯାଜପୁର, ବାଲେଶ୍ୱର ଆଦି ଜିଲ୍ଲା ଫୋକସରେ ରହିପାରେ । ଆଜି ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ର ଆଜି ଶେଷ ସପ୍ତାହନ୍ତ ସଟ୍‌ଡାଉନ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.