ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ସ୍ନାନଯାତ୍ରା, ଜାଣନ୍ତୁ ସ୍ନାନ ଏବଂ ଗଜ ବେଶ ଧାରଣର ନୀତି-ନିର୍ଘଣ୍ଟ

ଆସନ୍ତାକାଲି ମହାପ୍ରଭୁଙ୍କ ସ୍ନାନଯାତ୍ରା। ରତ୍ନସିଂହାସନ ଛାଡି ସ୍ନାନମଣ୍ଡପକୁ ଓହ୍ଲାଇ ଆସିବେ ଚତୁର୍ଦ୍ଧାମୂର୍ତ୍ତି । ଏନେଇ ଶ୍ରୀମନ୍ଦିରରେ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ମହାପ୍ରଭୁଙ୍କ ଶ୍ରୀ ଅଙ୍ଗରକ୍ଷକ ଦଇତାପତିମାନେ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିବା ସହ ମହାପ୍ରଭୁଙ୍କ ବାହୁଟ କଣ୍ଟ ନୀତି ସହ ସେନାପଟା ଲାଗି କରିବେ। ସେହିଭଳି କୋଠସୁଆଁସିଆମାନେ ଶ୍ରୀଜିଉମାନଙ୍କ ପହଣ୍ଡି ପାଇଁ ଚାରମାଳ ବାନ୍ଧିବେ । ତେବେ ଆସନ୍ତୁ ଜାଣିବା କେଉଁ ସମୟରେ ମହାପ୍ରଭୁଙ୍କର କେଉଁ ନୀତି ସମ୍ପନ୍ନ କରାଯିବ।

snana-purnima-ଆଜି ବିଳମ୍ବିତ ରାତି ଅର୍ଥାତ୍ ୫ ତାରିଖ ରାତି ଗୋଟାଏରୁ ଆରମ୍ଭ ହେବ ପହଣ୍ଡି ନୀତି । ଯାହା ରାତି ୧ଟାରୁ ସକାଳ ୪ଟା ପର୍ଯ୍ଯନ୍ତ ଚାଲିବ।

-୪ଟାରେ ମଙ୍ଗଳ ଆଳତି।

-୪.୪୦ମିନିଟରେ ମଇଲମ ଲାଗି

-ସକାଳ ୫ଟାରେ ତଡପ ଲାଗି।

snana-୬ଟାରେ ଅବକାଶ ନୀତି।

-୭.୩୦ ରୁ ୯.୩୦ ପର୍ଯ୍ଯନ୍ତ ଜଳବିଜେ, ପୂଜା ଓ ସ୍ନାନ ନୀତି ସମ୍ପନ୍ନ ହେବ।

-୧୦.୩୦ରେ ଛେରାପହଁରା ନୀତି।

-ଦିନ ୧୧ ରୁ ୧୨ଟା ମଧ୍ଯରେ ଶ୍ରୀଜିଉଙ୍କ ହାତୀ ବେଶ ଅନୁଷ୍ଠିତ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.