ରାଜ୍ୟ

କେଉଁ କାରଣରୁ ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ ଆଓ୍ଵାର୍ଡ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ? ଜାଣନ୍ତୁ ସବିଶେଷ

କେନ୍ୟୁଜ୍(ବ୍ୟୁରୋ):  କେଉଁ କାରଣରୁ ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ ଆଓ୍ଵାର୍ଡ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚୟନ କରାଗଲା । କେଉଁ ଦିଗକୁ ବିଚାରକୁ ନେଇ ନୂଆଦିଲ୍ଲୀର ସମ୍ମାନଜନକ ସଂସ୍ଥା କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ଏହି ପୁରସ୍କାର ଦେବାକୁ ନିଷ୍ପତ୍ତି ନେଇଛି । ଗତ ୨୦ ବର୍ଷରେ ଓଡ଼ିଶାରେ ଆସିଛି ବିରାଟ ପରିବର୍ତ୍ତନ । ସବୁ କ୍ଷେତ୍ରରେ ରାଜ୍ୟ ଆଗକୁ ବଢିଛି। ଦୁର୍ନୀତି ବିରୋଧରେ ରାଜ୍ୟ ସରକାରଙ୍କ ଜିରୋ ଟଲେରାନ୍‌ସ ନୀତି । ଦୁର୍ନୀତି ରୋକିବା ପାଇଁ ପଦକ୍ଷେପ ନେଇଛନ୍ତି ନବୀନ । ରାଜ୍ୟରେ ରାଜସ୍ୱ ବଢିଛି । କେବଳ ସେତିକି ନୁହେଁ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ତିନିଟି ଆଡଭାଣ୍ଟେଜ ରହିଛି ।

ନବୀନଙ୍କ ବ୍ୟକ୍ତିତ୍ୱ ବହୁତ ସରଳ। ବାପା ବିଜୁ ବାବୁଙ୍କ ଭଳି ଓଭର କନଫିଡେଣ୍ଟ ନୁହନ୍ତି । କମ କଥା କୁହନ୍ତି । ବିଭିନ୍ନ ପ୍ରସଙ୍ଗରେ ଚେଷ୍ଟା କରିବି ବୋଲି ଜବାବ ରଖନ୍ତି ନବୀନ । ତାଙ୍କର ପଲିଟିକାଲ ଷ୍ଟାବିଲିଟି ରହିଛି। ଏଥିପାଇଁ ଯେତେବେଳେ କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ବୈଠକରେ ଲାଇଫ ଟାଇମ ଆଚିଭମେଣ୍ଟ ପୁରସ୍କାର ପାଇଁ ନବୀନଙ୍କ ନାଁ ପ୍ରସ୍ତାବ ଆସିଥିଲା। ସମସ୍ତେ ଏକସ୍ୱରରେ କହିଥିଲେ ସେ ହିଁ ଯୋଗ୍ୟ ବ୍ୟକ୍ତି। ତେଣୁ ଏ ପୁରସ୍କାର ନବୀନଙ୍କୁ ପ୍ରଦାନ କରାଯାଉଛି ବୋଲି କହିଛନ୍ତି କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟିର ଅଧ୍ୟକ୍ଷ ।

 ଆସନ୍ତାକାଲି ନୂଆଦିଲ୍ଲୀ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟର ଅଡିଟୋରିୟମରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସୁପ୍ରିମକୋର୍ଟଙ୍କ ପୂର୍ବତନ ପ୍ରଧାନ ବିଚାରପତି ଏନ.ଭି ରମଣା ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନିତ କରିବେ। ଏହା ଓଡ଼ିଶା ପାଇଁ ଗର୍ବର ବିଷୟ। ଏଥିପାଇଁ ବିଜେଡିର ଅନେକ ନେତା ଓ ମନ୍ତ୍ରୀ ଦିଲ୍ଲୀରେ ପହଞ୍ଚିଛନ୍ତି। ସେପଟେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟ ହିଁ ତାଙ୍କୁ ସବୁବେଳେ ନମ୍ବର ୱାନ କରି ରଖିଛି ବୋଲି ବିଜେଡି କହିଛି। ମୁଖ୍ୟମନ୍ତ୍ରୀ ଫେରିବା ଦିନ ତାଙ୍କୁ ସ୍ୱାଗତ କରିବା ପାଇଁ ବଡ଼ ପ୍ରସ୍ତୁତି ହୋଇଛି। ପୂର୍ବରୁ ୨୦୧୭ରେ ଆଉଟଲୁକ୍‌ ପକ୍ଷରୁ ନବୀନଙ୍କୁ ଶ୍ରେଷ୍ଠ ପ୍ରଶାସକ ଭାବେ ପୁରସ୍କୃତ କରାଯାଇଥିଲା। ନିକଟରେ ଇଣ୍ଡିଆ ଟୁଡେ ମୁଡ୍‌ ଅଫ ନେସନ ପୋଲ୍‌ ସର୍ଭରେ ନିଜ ରାଜ୍ୟରେ ନବୀନ ପଟ୍ଟନାୟକ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ସ୍ଥାନିତ ହୋଇଥିଲେ ।

 

KNews Bureau

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

27 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

33 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago