ଗୋଟିଏ କ୍ଲିକରେ ଜାଣନ୍ତୁ ମନରେ ଥିବା ଦ୍ବନ୍ଦ୍ବର ଉତ୍ତର, ଆଜି ରାତି ୯ଟାରେ କେଉଁ ସୁଇଚ ବନ୍ଦ କରିବେ ଆଉ କଣ ଖୋଲା ରଖିବେ ଜାଣନ୍ତୁ

କାରୋନା ଭୂତାଣୁକୁ ଦୂର କରିବା ପାଇଁ ଆମକୁ ଏକାଠି ହେବାକୁ ପଡିବ। ଦେଶର ୧୩୦ କୋଟି ଜନତା ଏକାଠି ହୋଇ ମହାଶକ୍ତିର ଅନୁଭବ କରାନ୍ତୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାତି ୯ଟାରେ ଦେଶବାସୀଙ୍କୁ ତାଙ୍କର ୯ ମିନିଟ୍ ମାଗିଛନ୍ତି । ଅର୍ଥାତ୍ ୯ ଘଟିକା ଠାରୁ ୯.୦୯ ପର୍ଯ୍ୟନ୍ତ ଘରର ସମସ୍ତ ଲାଇଟ୍ ବନ୍ଦ କରି ଦୀପ, ମହମବତୀ ଓ ମୋବାଇଲ ଲାଇଟ ଜଳେଇ ଏକତା ପ୍ରଦର୍ଶନ କରିବାକୁ ଅନୁରୋଧ କରିଛନ୍ତି ।

lightତେବେ ଏହାକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ରହିଥିବାବେଳେ, ଦ୍ୱନ୍ଦ ଦୂର କରିଛନ୍ତି ଶକ୍ତି ମନ୍ତ୍ରୀ। କେମିତି ବିଜୁଳି ବନ୍ଦ କରିବେ ତାହାକୁ ନେଇ ଭିଡ଼ିଓ ବାର୍ତ୍ତା ଦେଇଛନ୍ତି ରାଜ୍ୟ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ଘରର ଲାଇଟ ସୁଇଚ କେବଳ ବନ୍ଦ କରନ୍ତୁ ଏକା ସାଙ୍ଗରେ ବନ୍ଦ ନକରି କ୍ରମାଗତ ଭାବେ ବନ୍ଦ କରନ୍ତୁ । କିନ୍ତୁ ଘରର ଅନ୍ୟ ବୈଦ୍ୟୁତିକ ଉପକରଣ ଯଥା, ଟିଭି, ଫ୍ରିଜ, ଫ୍ୟାନ, ଏସି ଆଦି ବନ୍ଦ କରନ୍ତୁ ନାହିଁ ।
ଏହି ସମୟରେ ମେନ-ସୁଇଚକୁ ଆଦୌ ବନ୍ଦ କରନ୍ତୁନାହିଁ । ଏହି ସମୟରେ ଲୋଡ କମିବା ଓ ବଢିବା ସମ୍ଭାବନା ରହିଛି । ଏହାଦ୍ୱାରା ରାଜ୍ୟ ଓ ଦେଶରେ ବିଦ୍ୟୁତ ବିଭ୍ରାଟ ସୃ୍ଷ୍ଟି ହେବାର ସମ୍ଭାବନା ଅଛି । ଏକା ସାଙ୍ଗରେ ୯ଟା ବେଳେ ସମସ୍ତେ ବନ୍ଦ କଲେ ଗ୍ରୀଡ ଉପରେ ଚାପ ପଡିବ ବୋଲି ଶକ୍ତି ମନ୍ତ୍ରୀ  କହିଛନ୍ତି।
Leave A Reply

Your email address will not be published.