ବଢ଼ିଲା ପ୍ରୋଭିଡେଣ୍ଟ ଫଣ୍ଡ ସୁଧ ହାର, କେତେ ହେଲା ଜାଣନ୍ତୁ

ନୂଆଦିଲ୍ଲୀ : ନିର୍ବାଚନୀ ବର୍ଷରେ ଆଜି କେନ୍ଦ୍ର ସରକାର ଇପିଏଫ୍‌ଓ ସୁଧହାର ବଢ଼ାଇଛନ୍ତି । ଏହାକୁ ୮.୫୫ରୁ ୮.୬୫ ପ୍ରତିଶତ କରାଯାଇଛି । ଆଜି ଏ ସମ୍ପର୍କରେ କେନ୍ଦ୍ର ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ଵାର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଏହି ନିଷ୍ପତ୍ତି ଯୋଗୁଁ ୬ କୋଟି ଉପଭୋକ୍ତା ଉପକୃତ ହେବେ । ଏହି ସୁଧହାର ୧୦୧୮-୧୯ ଆର୍ଥିକ ବର୍ଷରୁ ଲାଗୁ ହେବ । ଫଳରେ ପିଛିଲା ଭାବେ ଲୋକେ ଏହି ନୂଆ ହାରରେ ସୁଧ ପାଇବେ । ଆଜିର ବୈଠକରେ ସର୍ବସମ୍ମତି ନିଷ୍ପତ୍ତି ପରେ ଏହି ପ୍ରସ୍ତାବକୁ ଅର୍ଥ ମନ୍ତ୍ରାଳୟକୁ ପଠାଯିବ ବୋଲି ମନ୍ତ୍ରୀ କହିଛନ୍ତି ।