ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ପଦରୁ ସୁର ରାଉତରାୟ ଇସ୍ତଫା ଦେବା ନେଇ ଚର୍ଚ୍ଚା ଗୁଜବ

ଭୁବନେଶ୍ୱର(କେନ୍ୟୁଜ୍): ସୁରଙ୍କ ନାଁରେ ଗୁଜବ। ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ପଦରୁ ସୁର ରାଉତରାୟ ଇସ୍ତଫା ଦେବା ନେଇ ଚର୍ଚ୍ଚା ଗୁଜବ। ତେବେ ଯେଉଁ ଗଣମାଧ୍ୟମ ଏଭଳି ମିଥ୍ୟା ପ୍ରଚାର କରୁଛନ୍ତି ତା ବିରୋଧରେ ଆଇନଗତ ଆଶ୍ରୟ ନେବେ ବୋଲି କହିଛନ୍ତି ଜଟଣୀ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ।

ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେବାର ପ୍ରଶ୍ନ ଉଠୁନି ବୋଲି ସେ କହିଛନ୍ତି। କଂଗ୍ରେସରେ ରହିଛି, ରହିଥିବି ଆଉ ରହିବି ମଧ୍ୟ। ଆଗାମୀ ଦିନରେ ଶରତ ପଟ୍ଟନାୟକ ଏବଂ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ସୁଦୃଢ ହେବ ବୋଲି କହିଛନ୍ତି ସୁର ରାଉତରାୟ।

You might also like