ନିଆଁ ନଥାଇ ଧୂଆଁ : ପ୍ରଥମ ମହିଳାଙ୍କୁ ଅସାଦଚରଣ କରିଥିବା ଖବର ମିଥ୍ୟା

ଭୁବନେଶ୍ବର: ସତ ନଥାଇ ବିବାଦୀୟ ଚର୍ଚ୍ଚା ହୋଇ ଫେକ୍ ନ୍ୟୁଜ୍ରୁ ଏପରି ଘଟିଛି । ଏଥର ମିଥ୍ୟା ଖବରର ଧୂଆଁ ଘେରକୁ ଆସିଛି ଶ୍ରୀମନ୍ଦିର ଓ ରାଷ୍ଟ୍ରପତି ଭବନ। ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ସମୟରେ ସେବାୟତଙ୍କ ଆଚରଣକୁ ନେଇ ଆସିଥିବା ଖବର, ମିଥ୍ୟା ବୋଲି ଜଣାପଡ଼ିଛି।

ଘଟଣା ଅନୁଯାୟୀ , ମାର୍ଚ୍ଚ ୧୮ରେ ଶ୍ରୀମନ୍ଦିରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ତାଙ୍କ ପତ୍ନୀ ମହାପ୍ରଭୁଙ୍କ ଦର୍ଶନ କରିବା ବେଳେ କିଛି ସେବାୟତ ଅସମ୍ମାନ ପ୍ରଦର୍ଶନ କରିଥିଲେ । ଏନେଇ ରାଷ୍ଟ୍ରପତି ଭବନରୁ ଚିଠି ଆସିଛି ବୋଲି ମଧ୍ୟ ଶୁଣିବାକୁ ମିଳିଥିଲା। କିନ୍ତୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସ୍ପଷ୍ଟ କରିଛନ୍ତି, ରାଷ୍ଟ୍ରପତି ଭବନରୁ ଏପରି ଚିଠି ଆସିନାହିଁ କିମ୍ବା ଅସନ୍ତୋଷ ପ୍ରକାଶ କରାଯାଇନାହିଁ । ମୁଖ୍ୟ ଶାସନ ସଚିବ ମଧ୍ୟ କହିଛନ୍ତି, ଏ ପ୍ରସଙ୍ଗରେ ତାଙ୍କ ପାଖକୁ କୌଣସି ଚିଠି ଆସିନାହିଁ ।

ମାର୍ଚ୍ଚ ୨୦ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରାଷ୍ଟ୍ରପତି ଭବନରୁ ଚିଠି ଆସିବା ବିଷୟରେ ଆଲୋଚନା ହୋଇଥିଲା । ଯେଉଁଥିରୁ ଆରମ୍ଭ ହୋଇଥିଲା ବିବାଦ । କିନ୍ତୁ ବୈଠକରେ ଏ ପ୍ରସଙ୍ଗ ଉଠାଇଲା କିଏ? ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ନା ଜିଲ୍ଲାପାଳ ନା ଅନ୍ୟ କେଉଁ ବରିଷ୍ଠ ଅଧିକାରୀ ତାହା ଏପର୍ୟ୍ୟନ୍ତ ଜଣାପଡ଼ିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.