ଲଗାଣ ବର୍ଷା ଯୋଗୁଁ ବଢୁଛି ଜଳସ୍ତର, ଆଜି ଖୋଲିବ କୋଲାବ ଜଳଭଣ୍ଡାର ଗେଟ୍

କୋରାପୁଟ: ଆଜି ଖୋଲିବ କୋଲାବ ଜଳଭଣ୍ଡାର ଗେଟ୍ । ଲଗାଣ ବର୍ଷା ଯୋଗୁଁ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି । ଜଳଭଣ୍ଡାରର ଜଳଧାରଣା କ୍ଷମତା ୮୫୮ ମିଟର ରହିଥିବାବେଳେ ୮୫୭ ମିଟର ରହିଛି ଜଳସ୍ତର । ବଡ଼ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ଜଳଭଣ୍ଡାର କର୍ତ୍ତୁପକ୍ଷ ଗୋଟିଏ ଗେଟ୍ ଖୋଲି ଜଳ ନିଷ୍କାସନ ନିଷ୍ପତ୍ତି କହିଛନ୍ତି ମୁଖ୍ୟ ଅଧିକ୍ଷଣ ଯନ୍ତ୍ରୀ ।

ଏନେଇ ତଳୁଆ ଅଞ୍ଚଳ ଲୋକଙ୍କୁ ସତର୍କ କରି ଲୋକଙ୍କୁ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ସଚେତନତା କରାଯାଇଛି । ତେବେ ଜଳଭଣ୍ଡାରରୁ ପାଣି ଛଡାଯିବା ପରେ ତଳୁଆ ଅଞ୍ଚଳର ଲୋକେ ଭୟଭୀତ ନହୋଇ ସତର୍କ ରହିବାକୁ ଅନୁରୋଧ କରିଛନ୍ତି କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like