ଜମୁଛି କୋଣାର୍କ ଆନ୍ତର୍ଜାତୀୟ ବାଲୁକା ମହୋତ୍ସବ, ଦ୍ଵିତୀୟ ସନ୍ଧ୍ୟାରେ ଦର୍ଶକଙ୍କ ପ୍ରବଳ ଭିଡ଼
![konark festival](https://knewsodisha.com/wp-content/uploads/2020/12/konark-festival.jpg)
ଗୋପ : ଜମୁଛି କୋଣାର୍କ ଆନ୍ତର୍ଜାତୀୟ ବାଲୁକା ମହୋତ୍ସବ । ଚନ୍ଦ୍ରଭାଗା ଉପକୂଳରେ ଆନ୍ତର୍ଜାତୀୟ ବାଲୁକା ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ଦର୍ଶକଙ୍କ ପ୍ରବଳ ଭିଡ଼ । ବାଲୁକା କଳା ମାଧ୍ୟମରେ ଓଡିଆ ଘରର ଓଡିଆଣି ପରମ୍ପରାକୁ ଦେଖି ବିମୋହିତ ହୋଇଥିଲେ ପର୍ଯ୍ୟଟକ ।
ଦ୍ୱିତୀୟ ସନ୍ଧ୍ୟାରେ ପୁରୁଷ କଳାକାରମାନେ ବିକଶିତ ଓଡିଶା ବିକଶିତ ଭାରତ, ମହିଳା ଶିଳ୍ପୀ, ସଂସ୍କୃତି ପରମ୍ପରା, ସୁଭଦ୍ରା ଯୋଜନା ଆଦି ସମ୍ପର୍କରେ ବାଲୁକା କଳା ପ୍ରଦର୍ଶନ କରିଥିଲେ । ସେହିପରି ରାଜ୍ୟ ବାହାର ଶିଳ୍ପୀମାନେ ଇକୋ ଟୁରିଯିମି ବାଲୁକା କଳା ପ୍ରଦର୍ଶନ କରିଥିଲେ । ସମସ୍ତ ବାଲୁକା କଳାକୁ ପର୍ଯ୍ୟଟନ ବିଭାଗର ଆମ୍ବାସଡର ସୁଦର୍ଶନ ପଟ୍ଟନାୟକ ଏବଂ ପୁରୀ ଜିଲ୍ଲା ପ୍ରକଳ୍ପ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି ବୁଲି ଦେଖିଥିଲେ । ଏଥିସହ ମହୋତ୍ସବକୁ ଭୁରି ଭୁରି ପ୍ରଶ°ସା କରିଥିଲେ ।