ଭାରତ ସରକାରଙ୍କ ସ୍ୱତନ୍ତ୍ର ଯୋଜନା : ଦେଶର ପ୍ରଥମ ଧୂଆଁ ମୁକ୍ତ ସହର ହେବ କୋଣାର୍କ, ସୌର ଶକ୍ତିରେ ଝଲସିବ ସୂର୍ଯ୍ୟ ମନ୍ଦିର

ଭୁବନେଶ୍ୱର : ଦେଶର ପ୍ରଥମ ଜିରୋ ଏମିଶନ ବା ଧୂଆଁମୁକ୍ତ ସହର ହେବ କୋଣାର୍କ । ସୌରଶକ୍ତିରେ ଝଲସିବ ବିଶ୍ୱ ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର ଓ ପୂରା ସହର । ଏଥିପାଇଁ ଭାରତ ସରକାର କରିଛନ୍ତି ସ୍ୱତନ୍ତ୍ର ଯୋଜନା । ସମ୍ପୂର୍ଣ୍ଣ ସହରକୁ ଶତ ପ୍ରତିଶତ ସୌରଶକ୍ତିରେ ଚଳାଇବା ପାଇଁ ଏକ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି । ଏହା ଆସନ୍ତା ସେପ୍ଟେମ୍ବର ୨୦୨୨ସୁଦ୍ଧା ଶେଷ ହେବ ।

ବର୍ତ୍ତମାନ ଅଫଗ୍ରୀଡ ସ୍ଥାପନ କାର୍ଯ୍ୟ ୭୦ ପ୍ରତିଶତ ଶେଷ ହେଲାଣି । ଭାରତ ସରକାରଙ୍କ ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରାଳୟ ଏହି ଯୋଜନା କାର୍ଯ୍ୟକାରିତା ନେଇ ଦାୟିତ୍ୱ ନେଇଛି । ଏହି ଯୋଜନାରେ ପ୍ରଥମେ ସହରର ସବୁ ସରକାରୀ କାର୍ଯ୍ୟାଳୟକୁ ପ୍ରକଳ୍ପ ସହ ଯୋଡ଼ାଯିବ । ଛାତରେ ସୋଲାର ପ୍ଲାଣ୍ଟଗୁଡିକ ସ୍ଥାପନ ହେବ । ସେଥିରୁ ଉତ୍ପନ୍ନ ଶକ୍ତିରେ କାର୍ଯ୍ୟାଳୟଗୁଡିକ ଚାଲିବ ।

ଅତିରିକ୍ତ ଶକ୍ତି ସ୍ଥାନୀୟ ବାସିନ୍ଦାଙ୍କ ବ୍ୟବହାର ଲାଗି ଦିଆଯିବ । ୧୦ ମେଗାୱାଟ ଗ୍ରୀଡ଼ ସହ ବିଭିନ୍ନ ସୋଲାର ଟ୍ରି, ସୋଲାର ପାନୀୟ ଜଳ କିଓସ୍କୋ,ଅଫଗ୍ରୀଡ ସୌରଶକ୍ତି ପ୍ଲାଣ୍ଟ, ବ୍ୟାଟେରୀ ଷ୍ଟୋରେଜ ପ୍ରତିଷ୍ଠା ହେବ । ଏଥିପାଇଁ ୨୫କୋଟି ଖର୍ଚ୍ଚ କରାଯିବ ବୋଲି ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.