ମାଟି ଅତଡା ଖସି ରେଳ ଚଳାଚଳ ବାଧାପ୍ରାପ୍ତ, ଉଦ୍ଧାର କାମ ଜାରି

ରାୟଗଡ଼ା : ଶିକରପାଈ -କେଉଟଗୁଡ଼ା ରେଳପଥର 35 ନମ୍ବର tunnel ନିକଟରେ ପାହାଡ଼ରୁ ମାଟି ଅତଡା ଖସି ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । ରେଳ ଧାରଣାରୁ ମାଟି ,ପଥର କାଢ଼ିବ ପାଇ ଉଦ୍ଧାର କାମ ଜାରି ରହିଛି । ଏହି ରେଳ ପଥରେ କୋରାପୁଟରୁ ରାୟଗଡ଼ା, ବିଶାଖାପଟନା ଯିବା ଟ୍ରେନ ବିଳମ୍ବରେ ଯିବ ବୋଲି ଜଣାପଡିଛି । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାମ ଜାରି ରହିଛି । ଟ୍ରାକ ସଫା ହେଲେ ରେଳ ଚଳାଚଳ ହେବ । ରେଳ କର୍ତ୍ତୃପକ୍ଷଙ୍କ ତରଫରୁ କୌଣସି ସୂଚନା ଜାରି କରାଯାଇ ନାହିଁ।