ଅଚାନକ ଗସ୍ତ କଲେ, ସୁଖଦୁଃଖ ବୁଝିଲେ, ମାଣ୍ଡିଆ ପେଜ ପିଇଲେ ଜିଲ୍ଲାପାଳ

କୋରାପୁଟ(କେ ନ୍ୟୁଜ):  ରାଣିତୋଟା ଗ୍ରାମକୁ ଅଚାନକ ଗସ୍ତ କରିଥିଲେ କୋରାପୁଟ ଜିଲ୍ଲାପାଳ । ଗ୍ରାମଵାସୀ ମାଣ୍ଡିଆ ପେଜ ଦେଇ ଜିଲ୍ଲାପାଳଙ୍କ ସ୍ୱାଗତ କରିଛନ୍ତି । ଜିଲ୍ଲାପାଳ ଅଚାନକ କୋରାପୁଟ ଲମତାପୁଟ ବ୍ଲକ ପେଟା ପଞ୍ଚାୟତର ରାଣିତୋଟା ଗ୍ରାମର ଅର୍ଜୁନ ଗଣତକ ଘରକୁ ଗସ୍ତ କରିଥିଲେ । ଅର୍ଜୁନଙ୍କର ବୟସ ଅଧିକ ହୋଇଯାଇଥିଲେ ମଧ୍ୟ ଧାନ ଖଳାରେ କାମ କରୁଥୁବା ଦେଖି ତା ନିକଟକୁ ଖୋଦ ଯାଇଥିଲେ ଜିଲ୍ଲାପାଳ । ଦୀର୍ଘ ସମୟ କଥା ହେଇ ସୁଖଦୁଖ ପଚାରି ବୁଝିଥିଲେ । ଏଭିତରେ ଅତିଥି ଚର୍ଚ୍ଚା କରିବାକୁ ଭୁଲି ନଥିଲା ଅର୍ଜୁନ | ଘରକୁ କୁଣିଆ ଆସିବା ପରି ପାରମ୍ପରିକ ମାଣ୍ଦିଆ ପେଜ ଦେଇ ଜିଲ୍ଲାପାଳଙ୍କ ଚର୍ଚ୍ଚା କରିଥିଲା ।

ସେପଟେ ଜିଲ୍ଲାପାଳ ଅସିଥିବାକୁ ନେଇ ଗ୍ରାମବାସୀ ଖୁବ ଉତ୍ସାହିତ ହୋଇପଡ଼ି ଥିଲେ । ଜିଲ୍ଲାପାଳଙ୍କ ଏଭଲି ଅଚାନକ ଗସ୍ତ ଓ ଗାଁ ଲୋକଙ୍କ ସହ କଥା ହୋଇ ସମସ୍ୟା ସମ୍ପର୍କରେ ପଚାରି ବୁଝିବା ଘଟଣା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଜିଲ୍ଲାପାଳ ଅଚାନକ ଗସ୍ତ.କରି ଲୋକଙ୍କ ନିକଟରେ ପହଞ୍ଚିବା ନେଇ ତାଙ୍କ ପ୍ରୟାସକୁ ପ୍ରଶଂସା ମଧ୍ୟ କରାଯାଉଛି । ଏହାକୁ ନେଇ ଲୋକଙ୍କ ମଧ୍ୟରେ ଏକ ଭିନ୍ନ ଉତ୍ସାହ ମଧ୍ୟ ଲକ୍ଷ କରାଯାଇଛି । ପ୍ରଶାସନକୁ ଲୋକାଭିମୁଖି କରିବା ପାଇଁ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଉଦ୍ୟମ ଜାରି ରଖିଛନ୍ତି । ଏହାଦ୍ବାରା ପ୍ରଶାସନ ପ୍ରତି ଲୋକଙ୍କ ଆସ୍ଥା ମଧ୍ୟ ବଢୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.