କୋରାପୁଟ: ବନ୍ୟା ଯୋଗୁ ଭୁଶୁଡିଲା ବ୍ରିଜ, ଜୟପୁର ବଙ୍ଗଳାଗୁଡା ନିକଟରେ ଯାତାୟାତ ବନ୍ଦ

କୋରାପୁଟ (କେନ୍ୟୁଜ) : ବଙ୍ଗଳାଗୁଡା ନିକଟରେ ଭୁଶୁଡିଲା ପୋଲ। ୩୨୬ ନଂ ଜାତୀୟ ରାଜପଥରେ ଗାଡି ଚଳା ଚଳ ବନ୍ଦ । କୋରାପୁଟ _ ଲକ୍ଷ୍ମୀପୁର_ ରାୟଗଡ ରାସ୍ତାରେ ଗାଡି ଚଳାଚଳ ବନ୍ଦ । ଗତ କିଛି ଦିନ ଧରି ଲଗାଣ ବର୍ଷା ଜାରି ରହିଥିଲା । ଆଜି ପାଗ ସୁଷ୍କ ରହିଛି । ହେଲେ ପୋଲକୁ ସଂଯୋଗ କରୁଥୁବା ରାସ୍ତାର ମାଟି ଖାଇ ଯିବାରୁ ପୋଲ ଭୁଶୁଡି ଯାଇଛି । କୋରାପୁଟ ରୁ _ପୋଡାଗଡ ମଧ୍ୟରେ ବଙ୍ଗଳାଗୁଡା ନିକଟରେ ଘଟିଛି ଘଟଣା ।

 

ଫଳରେ ୩୨୬ ନଂ ଜାତୀୟ ରାଜପଥର କୋରାପୁଟ _ପୋଡାଗଡ ମଧ୍ୟରେ ଗାଡି ଚଳା ଚଳ ବନ୍ଦ ରହିଛି । ତେବେ କୋରାପୁଟ ରୁ ଦାମନଜୋଡି ,କୋରାପୁଟ ରୁ ଡୁମୁରିପୁଟ ଦେଇ ଛୋଟାଗୁଡା ନିକଟ ଛକ ୩୨୬ ନଂ ଜାତୀୟ ରାଜପଥକୁ ସଂଯୋଗ କରୁଥୁବା ରାସ୍ତାରେ ଗାଡି ଚଳା ଚଳ କରିବାର ବ୍ୟବସ୍ଥା କରୁଛି ପ୍ରଶାସନ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.