ଦିଲ୍ଲୀରୁ ଆସିଛି ଡାକରା, ରାଷ୍ଟ୍ରପତି ଭବନ ଯିବେ କୋରାପୁଟ ଝିଅ

କୋରାପୁଟ: ପଲ୍ଲୀରୁ ଦିଲ୍ଲୀକୁ ଯିବେ ଆଉ ଜଣେ ସୁନା ଝିଅ ସେଥିପାଇଁ ତାଙ୍କ ପାଖକୁ ଆସିଛି ଡାକରା l ଡାକରା ବି ଏମିତି ସେମିତି ନୁହେଁ ସିଧାସଳଖ ରାଷ୍ଟ୍ରପତି ଭବନରୁ । ଡାକ ଯୋଗେ ଆସି ପହଞ୍ଚିଥିଲା ଜୟପୁରରେ। ଆଉ ତାଙ୍କୁ ଡାକିଛନ୍ତି ପ୍ରଥମ ନାଗରିକ ମେଡ଼ମ ପ୍ରେସିଡେଣ୍ଟ l ଖୋଦ ମହାମହିମଙ୍କ ନିମନ୍ତ୍ରଣ ତାଙ୍କ ସହ ବସି ରାତ୍ରି ଭୋଜନ କରିବେ ବିକ୍ରମଦେବ ବିଶ୍ୱ ବିଦ୍ୟାଳୟ ସିନିୟର NCC ଅଫିସର ଦେବସ୍ମିତା ବେନିଆ l ଘରେ ପୁରା ପରିବାର ଏବେ ଖୁସି କାରଣ ସ୍ୱପ୍ନ ବି ଏମିତି ଦେଖିନଥିଲେ । ଜେଜେବାପା BSF ଦାଦା ଜଙ୍ଗଲ କର୍ମଚାରୀ ଆଉ ପୋଲିସ ବରଦିର ବାସ୍ନା ତ ପିଲାବେଳରୁ ହିଁ ପାଇଥିଲେ ଦେବସ୍ମିତା l

ବାପା ବିଜୟକୁମାର ମା’ ସ୍ୱପ୍ନାଙ୍କ ଝିଅ ଦେବସ୍ମିତା ଲକ୍ଷ୍ୟ ରଖିଛନ୍ତି ୟୁନିଫର୍ମରେ ନହେଲେ ପ୍ରଶାସନିକ ସ୍ତରରେ ଦେଶର ସେବା କରିବେ l ରାଜ୍ୟର ୧୫୦ଜଣ NCC କ୍ୟାଡ଼ରଙ୍କ ମଧ୍ୟରୁ ଜଣେ ମାତ୍ର ଚୟନ ହୋଇଥିବା ଦେବସ୍ମିତା ଏବେ ନୂଆ ଆଶା ଓ ନୂଆ ସ୍ୱପ୍ନର ଖୁସି । ଦିଲ୍ଲୀ ଯିବା ପାଇଁ ଏବେ ସୁନା ଝିଅ ଅପେକ୍ଷା କରିଛନ୍ତି ।

You might also like