କୋରାପୁଟ: କୋରାପୁଟ ଜଲାପୁଟ ଜଳଭଣ୍ଡାରରେ ଡଙ୍ଗା ବୁଡ଼ି ଘଟଣାରେ ୧୪ଘଣ୍ଟା ପରେ ବି ମିଳୁନାହାନ୍ତି ନିଖୋଜ ୨ ଛାତ୍ର । ଅଗ୍ନିଶମ ବାହିନୀ ଦୁଇ ଜଣଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଜାରି ରଖିଛି । ରାତି ହୋଇଯିବାରୁ ଗତକାଲି ଉଦ୍ଧାର କାର୍ଯ୍ୟ ବନ୍ଦ ରହିଥିଲା । ଆଜି ସକାଳୁ ପୁଣି ଖୋଜାଖୋଜି ଚାଲିଛି ।
ନନ୍ଦପୁର ଆଇଆଇସି ,ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ଜଲାପୁଟ ଗାଁର ତିନିଜଣ ନାବାଳକ ଗତକାଲି ରିଲ କରିବାକୁ ଜଳଭଣ୍ଡାର ନିକଟକୁ ଯାଉଥିଲେ। କୂଳରେ ରଖାଯାଇଥିବା ଏକ ଦେଶୀ ଡଙ୍ଗାକୁ ନେଇ ତିନିଜଣ ଜଳଭଣ୍ଡାର ଭିତରକୁ ଚାଲିଯାଇଥିଲେ । କୌଣସି କାରଣରୁ ଡଙ୍ଗା ବୁଡ଼ିଯାଇଥିଲା ।
ତିନିଜଣଙ୍କ ମଧ୍ୟରୁ ଜଣେ ନାବାଳକ ପହଁରି ପହଁରି ଆସି କୂଳରେ ଲାଗିବା ପରେ ଲୁଚି ଚାଲିଯାଇଥିଲା । ଅନ୍ୟ ଦୁଇଜଣ ନାବାଳକ ଜଳଭଣ୍ଡାରରେ ବୁଡ଼ି ନିଖୋଜ ରହିଛନ୍ତି । ସ୍ଥାନୀୟ ଲୋକେ ଦେଖୁଥିବା ବେଳେ ଡଙ୍ଗାଟି ବୁଡ଼ି ଯାଇଥିଲା । ୨ ନିଖୋଜଙ୍କୁ ଖୋଜାଖୋଜି କରିଥିଲେ । ତେବେ କାହାର ଏପର୍ଯ୍ଯନ୍ତ ପତ୍ତା ମିଳିନି ।
Also read: ଡଙ୍ଗାରେ ରିଲ କରିବା ହେଲା କାଳ, ଡଙ୍ଗାବୁଡ଼ି ୨ ନାବାଳକ ନିଖୋଜ