କୋରପୁଟ (କେନ୍ଯୁଜ୍) : କୋରାପୁଟ ସ୍ଥିତ ଆଦିବାସୀ ସଂଗ୍ରହାଳୟଠାରେ କିସ୍ ଓ ୟୁନିସେଫର ମିଳିତ ସହଯୋଗରେ ଉଦୟ ମିଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡ଼ା, ସମ୍ମାନିତ ଅତିଥି ଭାବେ ଜିଲ୍ଲା ସୂଚନା ଅଧିକାରୀ ଜଗନ୍ନାଥ ପ୍ରସାଦ ରାୟଗୁରୁ, ଡାକ୍ତର ରତିକାନ୍ତ ଖଟୁଆ, କିସର ପ୍ରୋଜେକ୍ଟ ମ୍ୟାନେଜର ବ୍ରଜମୋହନ ଓତା ପ୍ରମୁଖ ଯୋଗଦେଇ ଉଦୟ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ ।
ଉଦୟ ମିଶନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗ୍ରାମାଞ୍ଚଳରେ ରହୁଥିବା ୧୯ରୁ ୩୦ ବର୍ଷ ବୟସର ଯୁବକଯୁବତୀଙ୍କୁ ଆତ୍ମନିର୍ଭରଶୀଳ ହେବାକୁ ତାଲିମ ଦେବା । ଏହାଦ୍ୱାରା ସେମାନେ ବିଭିନ୍ନ ସରକାରୀ ଯୋଜନାରୁ ଫାଇଦା ଉଠାଇବା ସହ ସମାଜରୁ ବେକାରୀ ଦୂର ହୋଇପାରିବ । ଏଥିସହ ସମାଜରେ ନିଜକୁ ପ୍ରତିଷ୍ଠିତ କରିପାରିବେ । କଳିଙ୍ଗ ଟିଭିର କୋରାପୁଟ ବ୍ୟୁରୋ ହେଡ କୀର୍ତ୍ତୀ ଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲା କିସ୍ ସଂଯୋଜକ ମାନସ ମହାନ୍ତି ଧନ୍ୟବାଦ ଦେଇଥିଲେ । କୋରାପୁଟ ଜିଲ୍ଲାର ୧୪ଟି ବ୍ଲକ ଶତାଧିକ ଶିକ୍ଷିତ ଆଦିବାସୀ ଯୁବକଯୁବତୀ ଏଥିରେ ସାମିଲ ହୋଇଥିଲେ ।